ଆଜି ବସୁଛି ବିଧାନସଭା ଗୃହ କମିଟି ବୈଠକ, ସ୍ୱାଧିକାର ଭଙ୍ଗ ମାମଲାରେ ଚୂଡ଼ାନ୍ତ ହୋଇପାରେ ଅଭିଜିତ ଆୟାର ମିତ୍ରଙ୍କ ଉପରେ ତଦନ୍ତ ରିପୋର୍ଟ

ଭୁବନେଶ୍ବର(କେନ୍ଯୁଜ୍) : ସ୍ୱାଧିକାର ଭଙ୍ଗ ମାମଲାରେ ଚୂଡ଼ାନ୍ତ ହୋଇପାରେ ଅଭିଜିତ ଆୟାର ମିତ୍ରଙ୍କ ଉପରେ ତଦନ୍ତ ରିପୋର୍ଟ । ଆଜି ବସୁଛି ବିଧାନସଭା ଗୃହ କମିଟି ବୈଠକ । କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ସକାଳ ୧୧ଟାରେ ବୈଠକ ଡକାଯାଇଛି । ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନ ବିଧାୟକଙ୍କ ପ୍ରତି ମାନହାନୀ ସୂଚକ ମନ୍ତବ୍ୟ ଦେଇଥିବା ଅଭିଜିତଙ୍କ ଉପରେ ଗୃହ କମିଟି ପକ୍ଷରୁ ରିପୋର୍ଟ ଉପସ୍ଥାପନ ହୋଇପାରେ ।
ପୂର୍ବରୁ ଅଭିଜିତ୍ ଗୃହ କମିଟିରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିବା ସହ ମତ ରଖିଥିଲେ । ପରେ ଗତ ୩ ତାରିଖରେ ଦାଖଲ କରିଥିଲେ ସତ୍ୟପାଠ । ଏସବୁର ତର୍ଜମା କରି କମିଟି ଚୂଡ଼ାନ୍ତ କରିବ ରିପୋର୍ଟ । ବିଧାୟକଙ୍କ ପ୍ରତି ମାନହାନୀ ସୂଚକ ମତ୍ୟବ୍ୟ ଦେଇଥିବା ଅଭିଯୋଗରେ ବିଧାନସଭାର ମୌସୁମୀ ଅଧିବେଶନରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଗୃହୀତ ହୋଇଥିଲା । ଏହାର ତଦନ୍ତ କରିବା ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ କରାଯାଇଥିଲା ।