ଆଜି ଆନ୍ତର୍ଜାତୀୟ ଖୁସି ଦିବସ: ସେବା ଉଦ୍ୟଗ ସଙ୍ଗଠନ ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେଇ ହୋଇଛି ମିନି ମାରାଥନ୍
ଭୁବନେଶ୍ବର: ଆନ୍ତର୍ଜାତୀୟ ଖୁସି ଦିବସ ଅବସରରେ ମିନି ମାରାଥନ୍। ସେବା ଉଦ୍ୟଗ ସଙ୍ଗଠନ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେଇ ମାରାଥନ୍ କରାଯାଇଥିଲା। କଳିଙ୍ଗ ଷ୍ଟାଡିୟମରୁ ନାଲକୋ ଛକ ପର୍ଯ୍ୟନ୍ତ ଯାଇଥିଲା ମାରାଥନ୍। ଏଥିରେ ପ୍ରାୟ ୫୦୦ ଲୋକ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ଭାବେ ବିଧାୟକ ଶଶୀଭୂଷଣ ବେହେରା ଓ ଅନନ୍ତ ନାରାୟଣ କାର୍ଯ୍ୟକ୍ରମରେ ଯୋଗଦେଇ ମାରାଥନକୁ ଉଦ୍ଘାଟନ କରିଥିଲେ। ଖୁସି ଦିବସରେ ନିଜେ ଖୁସି ରହିବା ସହ ଅନ୍ୟକୁ ଖୁସି ରଖିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ।