ଆଜି କିଟ୍‌ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର(କେନ୍ଯୁଜ୍): ଆଜି କିଟ୍‌ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ ଉତ୍ସବ । ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯାଉଛି । ୧୭ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା କୌଶଳ ବିକାଶ ଓ ଔଦ୍ୟୋଗିକୀ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିରେ ଫ୍ରାନ୍ସର ବିଶିଷ୍ଟ ରସାୟନ ବିଜ୍ଞାନୀ, ନୋବେଲ୍‌ ବିଜେତା ପ୍ରଫେସର ଜିନ୍‌ ମାରି ଲେ’ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ଚଳିତବର୍ଷ ବିଶିଷ୍ଟ ଆଧ୍ୟାତ୍ମିକ ସାଧ୍ୱୀ ମାତା ଅମୃତାନନ୍ଦମୟୀ ଦେବୀ (ଆମ୍ମା)ଙ୍କୁ ସମ୍ମାନସୂଚକ ଡିଲିଟ୍‌ ଓ ବିଶିଷ୍ଟ ଶିକ୍ଷାବିତ୍‌ ଓ ସମାଜସେବୀ ‘ଏନାମ୍‌ ଗ୍ରୁପ୍‌ ଏବଂ ଦେଶ ଆପନାଏଁ ସହଯୋଗ ଫାଉଣ୍ଡେସନ୍‌’ର ପ୍ରତିଷ୍ଠାତା ତଥା ଫ୍ଲେମ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ନିର୍ଦ୍ଦେଶକ ବଲ୍ଲଭ ଭନସାଲିଙ୍କୁ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.