ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ, ଜୁଲାଇ ୨ରୁ ବଜେଟ୍‌ ଅଧିବେଶନ

ଭୁବନେଶ୍ୱର(କେନ୍ୟୁଜ): ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ଜୁଲାଇ ୨ରୁ ଆରମ୍ଭ ହେଉଛି ବଜେଟ୍‌ ଅଧିବେଶନ। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରିବେ। ଏହି ଅଧିବେଶନ କିଭଳି ସୁରୁଖୁରରେ ଚାଲିବ ସେଥିପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ସବୁ ଦଳର ନେତାମାନେ ଯୋଗ ଦେବେ।

ମୌସୁମୀ ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨ରୁ ୬ ତାରିଖ ଯାଏ ଗୃହ ଚାଲିବ। ଜୁଲାଇ ୭ରୁ ୧୩ ପର୍ଯ୍ୟନ୍ତ ଗୃହ ମୁତଲବୀ ରହିବ। ୧୪ରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏ ଚାଲିବ। ସେପଟେ ଆଜିଠାରୁ ବିଧାୟକ, ମନ୍ତ୍ରୀଙ୍କ କୋଭିଡ଼ ଟେଷ୍ଟ ମଧ୍ୟ ବିଧାନସଭା ପରିସରରେ ହେବ। ତିନିଦିନ ଧରି ବିଧାନସଭା ପରିସରରେ ଚାଲିବ କୋଭିଡ଼ ଟେଷ୍ଟ। ଯେହେତୁ ସାରା ରାଜ୍ୟରେ କରୋନା ଗ୍ରାଫ ଟିକେ ଉପରମୁହାଁ ହେଉଛି। ତାକୁ ଦୃଷ୍ଟିରେ ଏ ଅଧିବେଶନ କୋଭିଡ଼ କଟକଣା ଭିତରେ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.