ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ, ଆଜି ବସୁଛି ସର୍ବଦଳୀୟ ବୈଠକ

ଭୁବନେଶ୍ବର: କାଲିଠୁ ବିଧାନସଭା ବଜେଟ ଅଧିବେଶନ । ଏହାପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ବିଧାନସଭା ପରିଚାଳନା ନେଇ ଉଭୟ ଶାସକ ଓ ବିରୋଧୀ ଦଳ ସହ ଆଲୋଚନା କରାଯିବ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, କୋଟିଆ ବିବାଦ, ମଣ୍ଡି ସମସ୍ୟା ଉଠାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଅନ୍ୟପଟେ ପାଲଟା ଆକ୍ରମଣ ଲାଗି ସରକାରୀ ଦଳ ପ୍ରସ୍ତୁତ ରହିଛି ।

ଶାସକ ଦଳ ପାଖରେ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ NMAର ବିବାଦୀୟ ବାଇ ଲ’ । ତୈଳ ଦର ଓ ଗ୍ୟାସ ଦର ବୃଦ୍ଧି ନେଇ ବିଜେପିକୁ ଘାଇଲା କରିପାରେ ଶାସକ ଦଳ । ୨୨ ତାରିଖରେ ଗୃହରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅନ୍ୟପଟେ ଏଥର ପୋଲିସ ପାଇଁ ଆତ୍ମାହୁତି ଉଦ୍ୟମ ଚିନ୍ତା ବଢ଼ି ଯାଇଛି । ଗତ ଅଧିବେଶନରେ ୩ଟି ଆତ୍ମାହୁତି ଘଟଣା ପରେ ପୋଲିସ ସଜାଗ ହୋଇଛି । ବିଧାନସଭା ଚାରିପାଖ ରାସ୍ତା ସିଲ୍‌ ହୋଇପାରେ । ଅଚାନକ ଆତ୍ମାହୁତି ଉଦ୍ୟମକୁ ଏଡାଇବା ପାଇଁ କମ୍ବଳ ଓ ପାଣିର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.