ଆଜି ବଡ଼ଓଷା: ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର

ଆଠଗଡ଼: ବଡ଼ଓଷା ପାଇଁ ଚଳଚଞ୍ଚଳ ଧବଳେଶ୍ବର ପୀଠ । ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ପୀଠରେ ଚାଲିଛି ଶୃଙ୍ଖଳିତ ଦର୍ଶନ। ପବିତ୍ର କାର୍ତ୍ତିକ ମାସର ବଡ଼ ଓଷା ପାଇଁ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ଵରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଜି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧିକ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗିହେବ ଗଜଭୋଗ ଓ ତରଣ । ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦ୍ଯାପନ କରିଥାନ୍ତି ।

ସେଥିପାଇଁ ଆଜି ରାତି ୩ଟାରେ ଦ୍ଵାର ଫିଟାଯାଇ୧୦୮ ଗରା ଜଳରେ ମହାସ୍ନାନ କରାଯାଇ, ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ନୀତିକାନ୍ତି ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ମଧ୍ୟ ରାତ୍ରରେ ଗଜ ଭୋଗ ଲାଗି ହେବା ପରେ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ବିତରଣ କରାଯିବ। ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

You might also like