ଆଜି ବ୍ରଜରାଜନଗର ଉପନିର୍ବାଚନ ଭୋଟ, ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ୍ ୨ ଲକ୍ଷ ୧୪ ହଜାର ମତଦାତା

ଝାରସୁଗୁଡା(କେନ୍ୟୁଜ୍‌) :  ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପଡ଼ିବ ଭୋଟ୍ । ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ । ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ୍ ୨ ଲକ୍ଷ ୧୪ ହଜାର ମତଦାତା । ୨୭୯ ବୁଥ ମଧ୍ୟରୁ ୬୦ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ହଜାରେ ପୋଲିସଙ୍କ ସହ ୩ କମ୍ପାନୀ କେନ୍ଦ୍ରୀୟ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

୨୭୯ ବୁଥରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ସେଥିମଧ୍ୟରୁ ୬୦ଟି ବୁଥ ସମ୍ବେଦନଶୀଳ । ୫ଟି ପିଙ୍କ ବୁଥ । ମତଦାନ ପାଇଁ ସଂରକ୍ଷିତ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୧୨୨୮ ଜଣ ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ମତଦାନ କେନ୍ଦ୍ରରେ ପ୍ରସ୍ତୁତ ଅଛନ୍ତି ପୋଲିଂ ପାର୍ଟି । ୫୦ ପ୍ରତିଶତ ବୁଥେରେ ୱେବକାଷ୍ଟିଂ କରାଯିବ । ଭୋଟ୍ ପାଇଁ ଜିଲ୍ଲାରେ ଥିବା ସମସ୍ତ ମଦ ଦୋକାନକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତି ବୁଥରେ ସାନିଟାଇଜର, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସବୁ ବୁଥରେ ରହିବ ଭୋଟର ସହାୟତା କେନ୍ଦ୍ର । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା କରାଯାଇଛି । ଆଇଶୃଙ୍ଖଳା ରକ୍ଷା ପାଇଁ ୧୦୦୦ ପୋଲିସ ମୁତୟନ ହୋଇଛନ୍ତି ।

୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ମୁତୟନ ରହିବେ । ମତଦାନ ସରିବା ପରେ ଇଭିଏମ ଓ ଭିଭିପାଟ୍କୁ ଝାରସୁଗୁଡ଼ା ଇଂଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ୍ରେ କଡ଼ା ସୁରକ୍ଷା ବଳୟରେ ରଖାଯିବ । ପ୍ରକାଶଯୋଗ୍ୟ ଯେ  ବ୍ରଜରାଜନଗର ବିଧାନସଭା ଆସନ ଉପନିର୍ବାଚନରେ ସମୁଦାୟ ୧୧ ଜଣ ପ୍ରାର୍ଥୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.