ଆଜି ଶେଷ ରଜ, ମାହାଙ୍ଗା ଦିବ୍ୟାଙ୍ଗ ଚାରିଟେବୁଲ ଫାଉଣ୍ଡେସନ ପକ୍ଷରୁ ଧୁମ୍ ଧାମରେ ହେଉଛି ପାଳନ

ମାହାଙ୍ଗା : ଆଜି ହେଉଛି ଶେଷ ରଜ l ଓଡିଆମାନେ ସମସ୍ତେ ଘରେ ଘରେ ପିଠା ମିଠା ଖାଇ ରଜ ପାଳନ କରୁଛନ୍ତି l ଏଥିରୁ ବାଦ ପଡ଼ି ନାହାଁନ୍ତି ଦିବ୍ୟାଙ୍ଗ ମାନେ l ସେମାନେ ମଧ୍ୟ ରଜ ମଉଜ ପାଳନ କରିଛନ୍ତି l କଟକ ଜିଲ୍ଲା ମାହାଙ୍ଗା ଚାୟାପାଳ ଠାରେ ଥିବା ଦିବ୍ୟାଙ୍ଗ ଚାରିଟେବୁଲ ଫାଉଣ୍ଡେସନ ପକ୍ଷରୁ ରଜ ପାଳନ କରାଯାଛି l

ସବୁବେଳେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜକୁ ଅକ୍ଷମ ନ ଭାବି ସକ୍ଷମ ଭଳି କାମ କରନ୍ତି ଦିବ୍ୟାଙ୍ଗ ମାନେ l ନୂଆ ଡ୍ରେସ ଶାଢ଼ୀ ପିନ୍ଧି ପିଠା ମିଠା ପାନ ଖାଇ ରଜ ଦୋଳି ଖେଳିବା ସହିତ ରଜ ମଉଜ ପାଳନ କରିଛନ୍ତି ଏମାନେ l ଏପରିକି ଘରେ ରହି ଦିବ୍ୟାଙ୍ଗ ପ୍ଲେଇଂଙ୍ଗ କାର୍ଡ ବା ରାମ ଲଷ୍ମଣ ସୀତା ଖେଳନ୍ତି। ସବୁଠାରୁ ଖୁସିର କଥା ଗ୍ରାମବାସୀ ମାନେ ସହଯୋଗ କରି ଦୋଳି ଲଗାଇ ଦେଇଥିଲେ ଏହି ଦିବ୍ୟଙ୍ଗ ମାନଙ୍କ ପାଇଁ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.