ଆଜି ପାଳିତ ହେଉଛି ଜାତୀୟ ଡାକ୍ତର ଦିବସ,ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି
ଆଜି ହେଉଛି ଜାତୀୟ ଡାକ୍ତର ଦିବସ । ଡାକ୍ତରମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି ‘ହିଲିଙ୍ଗ ହ୍ୟାଣ୍ଡସ୍, କେୟାରିଂ ହାର୍ଟସ୍’। ଏହି ଅବସରରେ ଆଜି ଭୁବନେଶ୍ଵର କିମ୍ସ ମେଡିକାଲରେ ଜାତୀୟ ଡାକ୍ତର ଦିବସ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗ ଦେଇ ସମସ୍ତ ଡାକ୍ତର, ନର୍ସିଂ କର୍ମଚାରୀ, ଡ଼ାକ୍ତରୀ ଛାତ୍ର ଛାତ୍ରୀଙ୍କୁ ଶୁଭେଛା ଜଣାଇଥିଲେ। ରୋଗୀ ମାନଙ୍କ ସେବା କରିବା ସହ ନିଜର ଓ ନିଜ ପରିବାର ଯତ୍ନ ନେବା ଦରକାର ଏହା ସହ ସବୁ ରୋଗୀ ମାନଙ୍କ ସେବା ହୃଦୟରୁ ହସ ହସ ମୁହଁରେ କରିବା ପାଇଁ ସମସ୍ତଙ୍କୁ ସେ ଆଜିର ଦିନରେ ଅନୁରୋଧ କରିଛନ୍ତି ।