ଆଜି ସମ୍ୱଲପୁରୀ ଦିବସ: ସମ୍ବଲପୁରୀ ଡ୍ରେସ ପିନ୍ଧି ସ୍କୁଲ ଆସିଲେ ଶିକ୍ଷକ ଓ ଛାତ୍ରଛାତ୍ରୀ

ସମ୍ୱଲପୁରୀ : ଆଜି ସମ୍ବଲପୁରୀ ଦିନ । ସମ୍ବଲପୁରୀ ସାହିତ୍ୟର ଅନନ୍ୟ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ । ଅଗଷ୍ଟ ପହିଲାକୁ ରାଜ୍ୟ ତଥା ଦେଶ ବିଦେଶରେ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଜି ସମସ୍ତେ ସମ୍ବଲପୁରୀ ଡ୍ରେସ ପିନ୍ଧି ଆସିବା ପାଇଁ ଅନୁରୋଧ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ । ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ସମ୍ବଲପୁରୀ ଡ୍ରେସ ପିନ୍ଧି ସ୍କୁଲ ଆସିଥିଲେ । ଏହି ଅବସରରେ ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା ।
ଆଜିର ଦିନରେ ସମ୍ବଲପୁରୀ ସାହିତ୍ୟ, କଳା, ସାଂସ୍କୃତିକୁ ଏକତ୍ରିତ କରିବା ଏହା ଏକ ମାଧ୍ୟମ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି । ସେହିପରି ସମସ୍ତ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀ ମାନେ ମଧ୍ୟ ସମ୍ବଲପୁରୀ ଡ୍ରେସ ପିନ୍ଧିବାକୁ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଏହି ଅବସରରେ ସମସ୍ତଙ୍କୁ ସମ୍ବଲପୁରୀ ଦିବସର ଶୁଭେଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।