ଆଜି ଗୁରୁ ଦିବସ, ନିଜ ସ୍କୁଲକୁ ଏକ ଆଦର୍ଶ ବିଦ୍ୟାଳୟ କରି ଗଢି ତୋଳିଛନ୍ତି

କଣ୍ଟାମାଳ: ଆଜି ହେଉଛି ଗୁରୁ ଦିବସ । ଆପଣ ଅନେକ ଗୁରୁ ଦେଖିଥିବେ ଏପରି ଗୁରୁ ଦେଖି ନଥିବେ । ଯିଏକି ବିଦ୍ୟାଳୟରେ ନିୟମିତ ଉତ୍ତମ ଶିକ୍ଷାଦାନ କରିବା ସହ ବିଦ୍ୟାଳୟକୁ ପରିବେଶ ପରିଛନ୍ନତା ସହ ଏକ ପାର୍କରେ ପରିଣତ କରିଛନ୍ତି । ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟକୁ ସୁନ୍ଦର ଭାବେ ସଜାଇବା ସହ ବିଦ୍ୟାଳୟ ପରିସରରେ ପାଞ୍ଚ ଶହ ପ୍ରକାର ବିଭିନ୍ନ ଫୁଲଗଛ ଔଷଧିୟ ଗଛ ସହିତ କିଚେନ ଗାର୍ଡେନ କରିଛନ୍ତି । ପିଲାମାନଙ୍କ ମନରେ ପଶୁପକ୍ଷୀ ମାନଙ୍କ ପ୍ରତି ଭଲପାଇବା ସୃଷ୍ଟି କରିବା ପାଇଁ ବିଭିନ୍ନ ପଶୁ ପକ୍ଷୀ ଫଟୋ କଣ୍ଢେଇ ନେଇ ସଜାଇଛନ୍ତି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଣ୍ଢିପଦର ସରକାରୀ ଉଚ୍ଚ ପ୍ରଧାନ ଶିକ୍ଷକ ନୀଳାମ୍ବର ଖମାରୀଙ୍କ ଉଦ୍ୟମ ଯୋଗୁଁ ସ୍କୁଲ ପରିବେଶ ଏକ ପାର୍କର ଭ୍ରମ ସୃଷ୍ଟି କରୁଛି । ବିଦ୍ୟାଳୟ ପରିସରରେ ଲାଗିଛି ପାଞ୍ଚଶହ ପ୍ରଜାତିର ବିଭିନ୍ନ ଔଷଧିୟ ଗୁଳ୍ମ, ଫୁଲ ଗଛ ସହ କିଚେନ ଗାର୍ଡେନ । କେବଳ ଗଛଲତା ନୁହେଁ ବିଦ୍ୟାଳୟରେ ବିଭିନ୍ନ ପଶୁ ପକ୍ଷୀଙ୍କ ଫଟୋ ସମେତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାମ୍ବର ଖମାରୀ ବିଦ୍ୟାଳୟକୁ ଏପରି ଭାବେ ଗଢିଛନ୍ତି । ନିଜ ଖର୍ଚ୍ଚରୁ ଏହା କରିବା ସହ ପ୍ରତିଦିନ ଏହାର ଯତ୍ନ ନେଉଛନ୍ତି । ଏପରିକି ଛୁଟି ଦିନ ମଧ୍ୟ ନିୟମିତ ଆସି ବଗିଚାର କାମ କରନ୍ତି ।

ଆମ୍ବ ପଣସ କଦଳୀ ପରି ଫଳ ସହ ବିଭିନ୍ନ ଫୁଲ ଗଛ ଔଷଧିୟ ଗଛ ବିଦ୍ୟାଳୟର ସୌନ୍ଦର୍ଯ୍ୟକୁ ଶୋଭାବର୍ଦ୍ଧନ କରୁଛି । ଖମାରୀସାର ଜଣେ ଆଦର୍ଶ ଶିକ୍ଷକ । ବିଦ୍ୟାଳୟକୁ ନିୟମିତ ଆସିବା ସହ ଅଭିନୟ ମାଧ୍ୟମରେ ଶିକ୍ଷାଦାନ କରିଥାନ୍ତି । ବିଦ୍ୟାଳୟର ପରିବେଶ ଯେ ଆପଣଙ୍କୁ ବାନ୍ଧି ପକାଇବ ନିଶ୍ଚୟ । ସ୍କୁଲ ପରିବେଶକୁ କରିଛନ୍ତି ଏକ ଛୋଟିଆ ପାର୍କ ସ୍କୁଲ ପରିବେଶ ଦେଖିଲେ ସତେ ଯେମିତି ଲାଗିବ ଛୋଟିଆ ପାର୍କ ପରି,।ସ୍ୱଚ୍ଛତା ମଧ୍ୟ ବେଶ ସୁନ୍ଦର।କୋଣସି ସ୍ଥାନରେ ଅଳିଆ ସ୍କୁଲ ପରିବେଶର ବିଭିନ୍ନ ଗଛର ଯତ୍ନ ନେବା ଭଳି କାମ ତାଙ୍କର ନିତିଦିନିଆ କାମ ।

ଦିନେ ଏହି ବିଦ୍ୟାଳୟ ଦିନେ ଅବହେଳିତ ହୋଇ ପଡିଥିଲା । ହେଲେ ଏହି ବିଦ୍ୟାଳୟରେ ଯୋଗ ଦେବା ପରେ ସ୍କୁଲରେ ପାଠ ପଢା ସହିତ ପରିବେଶ ବଦଳି ଯାଇଛି । ଶିକ୍ଷକଙ୍କ ଏଭଳିକାମ ପାଇଁ ବୌଦ୍ଧ ବନବିଭାଗ ପକ୍ଷରୁ ୨୦୧୫ ମସିହାରେ ପ୍ରକୃତିବନ୍ଧୁ ପୁରଷ୍କାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମେତ ଜିଲ୍ଲା ପ୍ରଶାସନ ଓ ଅନୁଷ୍ଠାନ ପକ୍ଷରୁ ଅନେକ ଆଓାଡ ପାଇଛନ୍ତି । ଶିକ୍ଷକଙ୍କ ଏଭଳି କାମ ଯେ ଅନ୍ୟ ଲୋକଙ୍କ ମନରେ ପ୍ରେରଣାର ଉତ୍ସ ହୋଇପାରିବ ନିଶ୍ଚୟ । ଆଉ ସ୍କୁଲ ପରିବେଶକୁ ଦେଖି ନିଶ୍ଚୟ ଅନ୍ୟ ଶିକ୍ଷକମାନକୁ ପ୍ରେରଣା ଯୋଗାଇବ ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।