ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ, ଉତ୍ସବ ମୁଖର ହୋଇ ଉଠିଛି ଜନ୍ମମାଟି ସତ୍ୟଭାମାପୁର

କେନ୍ୟୁଜ୍: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ । ଏନେଇ ଉତ୍ସବ ମୁଖର ହୋଇ ଉଠିଛି ଜନ୍ମମାଟି ସତ୍ୟଭାମାପୁର । ଏହି ଅବସରରେ ବହୁ ପ୍ରତିକ୍ଷିତ ମଧୁସୂଦନ ସଂଗ୍ରହାଳୟ ଉଦ୍‌ଘାଟିତ ହେବ। ମଧୁବାବୁଙ୍କ ସ୍ମୃତି ସମ୍ବଳିତ ଏକ ନୂତନ ମ୍ୟୁଜିୟମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

ସନ୍ଧ୍ୟା ସାଢ଼େ ୫ଟାରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ । ସଂଗ୍ରାହଳୟରେ ମଧୁବାବୁଙ୍କ ଜୀବନୀ ସ୍ଥାନ ପାଇବ। କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.