ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ୫୦ତମ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପାଇବେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି. ଗୋପାଲ ଗୌଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ ତମ ସମାବର୍ତ୍ତନ ଉତ୍ସବରେ ୨୦୨୧-୨୨ ଶିକ୍ଷାବର୍ଷରେ ୧୬୩ ଜଣଙ୍କୁ ପିଏଚଡି ଓ ପିଜି ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିବା ୯୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ ।

ସେହିପରି ଡିଏସସି ଏବଂ ଡିଲିଟ ଡିଗ୍ରୀ ପାଇଁ ଦୁଇ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଶିଷ୍ଟ ଶିକ୍ଷାବିତ୍‌, ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରାଯିବ । ଡ. ଅଚ୍ୟୁତ ସାମାନ୍ତଙ୍କର ଏହା ହେବ ୫୦ ତମ ସମ୍ମାନସୂଚକ ଡକ୍ଟରେଟ୍‌ । ଦେଶ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଡ. ସାମନ୍ତ ଏ ପର୍ଯ୍ୟନ୍ତ ପାଇସାରିଛନ୍ତି ୪୯ ସମ୍ମନସୂଚକ ଡକ୍ଟରେଟ୍‌ । ଗୌରବର କଥା ନିଜେ ଅଧ୍ୟୟନ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଏବେ ୫୦ ତମ ଡକ୍ଟରେଟ୍‌ ପାଇବାକୁ ଯାଉଛନ୍ତି। ସେପଟେ ବିଶିଷ୍ଟ ବୈଜ୍ଞାନିକ ଡ ଟେସି ଥୋମାସଙ୍କୁ ମଧ୍ୟ ଡକ୍ଟୋରେଟ୍‌ ଡିଗ୍ରୀ ପ୍ରଦାନ କରାଯିବ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ଅର୍ଥରାଶୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.