ଆଜି କାକଟପୁର ମା ମଙ୍ଗଳାଙ୍କ ପଞ୍ଚମ ପାଳି ଝାମୁଯାତ୍ରା ; ଅଗ୍ନିରେ ଚାଲିଲେ ଘଣ୍ଟପାଟୁଆ ସେବକ, ଦେଖିବାକୁ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ

କାକଟପୁର (କେନ୍ୟୁଜ୍): ଆଜି କାକଟପୁର ମା ମଙ୍ଗଳାଙ୍କ ପଞ୍ଚମ ପାଳି ଝାମୁଜାତ୍ରା । ଏହା ସହ ଶେଷ ହୋଇଛି ମାଙ୍କ ପ୍ରସିଦ୍ଧ ଝାମୁଯାତ୍ରା । ଅନ୍ୟ ଶକ୍ତିପୀଠରେ ଚୈତ୍ର ପର୍ବ ପାଳନ କରାଯାଇଥାଏ । ତେବେ କାକଟପୁର ମଙ୍ଗଳାଙ୍କ ପୀଠରେ ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ପ୍ରସିଦ୍ଧ ଝାମୁଜାତ୍ରା ପାଳନ କରାଯାଇଥାଏ । ମଙ୍ଗଳାଙ୍କ ପୀଠରେ ପଞ୍ଚମ ପାଳି ଝାମୁଜାତ୍ରା ଭାବରେ ବେଶ ପରିଚିତ ବୈଶାଖ ମାସର ପ୍ରଥମ ମଙ୍ଗଳବାର ।

jhamu

ଏହି ପଞ୍ଚମ ପାଳି ଝାମୁଯାତ୍ରା ଦିନ ସାରଳା ପୀଠରୁ ଆସିଥିବା ଘଣ୍ଟପାଟୁଆ ସେବକ ଝାମୁଗାଡ ଅଗ୍ନିରେ ଚାଲିଥାନ୍ତି । ଏହା ପୂର୍ବରୁ ମାଙ୍କ ଆଜ୍ଞାମାଳ ପାଇ ଘଣ୍ଟ ,ମହୁରୀ,ଢୋଲ ଆଦି ପାରମ୍ପରିକ ବାଦ୍ୟ ବଜାଇ ଏକ ପଟୁଆରରେ ପ୍ରାଚୀ ନଦୀର ଘଟ ତୋଳା ତୁଠପାଖକୁ ଯାଇଥାନ୍ତି । ସେଠାରୁ ଘଟକଳସରେ ଜଳ ଆଣି ମାଆଙ୍କ ଆଜ୍ଞା ମାଳ ପାଇବା ପରେ ଝାମୁଗାଡ ଅଗ୍ନିରେ ଚାଲିଛନ୍ତି ମାନସିକଧାରୀ ଘଣ୍ଟପାଟୁଆ । ଏହି ଅଗ୍ନିପରୀକ୍ଷା ଦେଖିବାପାଇଁ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଅଗ୍ନିପରୀକ୍ଷା ଦେଇ ସାରିବା ପରେ ଘଣ୍ଟପାଟୁଆ ସେବକ ମାନେ ମଙ୍ଗଳାଙ୍କ ବେଢା ଭିତରେ ବିଭିନ୍ନ ପ୍ରକାର ନୃତ୍ୟ ପ୍ରଦର୍ଶନ କରି ଥାନ୍ତି ।

Leave A Reply

Your email address will not be published.