ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଏପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିନଥିବା ପ୍ରାର୍ଥୀମାନେ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପହଞ୍ଚି ନାମାଙ୍କନ ଦାଖଲ କରିବେ ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଏପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିନଥିବା ପ୍ରାର୍ଥୀମାନେ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପହଞ୍ଚି ନାମାଙ୍କନ ଦାଖଲ କରିବେ । ଏହି ପର୍ଯ୍ୟାୟ ପାଇଁ ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ଏହା ଅଧୀନରେ ଥିବା ୪୨ ଟି ବିଧାନସଭା ଆସନରେ ଭୋଟିଂ ହେବ । ଏହି ୬ ଲୋକସଭା କ୍ଷେତ୍ର ହେଉଛି ପୁରୀ, କଟକ, ଭୁବନେଶ୍ବର, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ମେ ୨୫ରେ ହେବ ।

ତୃତୀୟ ପର୍ଯ୍ୟାୟରେ ୯୪ ଲକ୍ଷ ୪୧ ହଜାର ୭୯୭ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ । ଏହା ଓଡ଼ିଶାର ମୋଟ ମତତାଦାଙ୍କର ପ୍ରାୟ ୩୦ ପ୍ରତିଶତ । ଓଡ଼ିଶାରେ ୪ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଏହି ପର୍ଯ୍ୟାୟରେ ସବୁଠୁ ଅଧିକ ଆସନ ପାଇଁ ଭୋଟ ଗ୍ରହଣ ହେବ । ରାଜନୈତିକ ଦୃଷ୍ଟିରୁ ଏବଂ ସଂଖ୍ୟା ଦୃଷ୍ଟିରୁ ଏହି ପର୍ଯ୍ୟାୟ ଗୁରତ୍ବପୂର୍ଣ୍ଣ ।