ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର, ଶେଷ ପର୍ଯ୍ୟାୟରେ ଜମୁଛି ଲଢ଼େଇ

ପିପିଲି(କେନ୍ଯୁଜ୍):ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଶେଷ ପର୍ଯ୍ୟାୟରେ ପ୍ରଚାର ଲଢ଼େଇ ଜମୁଛି । ଗାଁକୁ ଗାଁ, ଘରକୁ ଘର ଯାଉଛନ୍ତି ପ୍ରାର୍ଥୀ । ହେଭିେଓ୍ଵଟ୍‌ ନେତା ବି ମୈଦାନରେ ଝାଳବୁହା ପ୍ରଚାର ଚଳାଇଛନ୍ତି । ଡେଲାଙ୍ଗର ଚାଇଁପୁର ପଞ୍ଚାୟତରେ ମାରାଥନ୍‌ ପ୍ରଚାର କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।

ବିଜେପି ପ୍ରଚାରକୁ ସରଗରମ କରିଛି । ଗାଁ ଗାଁରେ ବୁଲି ପ୍ରଚାର ଚଳାଇଛନ୍ତି ଆଶ୍ରିତ ପଟ୍ଟନାୟକ । ଆଶ୍ରିତଙ୍କ ପାଇଁ ଭୋଟ୍‌ ମାଗିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । କ୍ୟାମ୍ପେନ୍‌ ଓ୍ଵାରକୁ ଜୋରଦାର କରିଛି କଂଗ୍ରେସ । ଡେଲାଙ୍ଗର ବେରବୋଇ, ମୁନିଦା ଆଦି ପଞ୍ଚାୟତରେ ଘର ଘର ବୁଲି ପ୍ରଚାର କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ୱ କେଶନ ହରିଚନ୍ଦନ ମହାପାତ୍ର । ବରିଷ୍ଠ ନେତା ସୁରେଶ ରାଉତରାୟ ପିପିଲିର ବିଭିନ୍ନ ପଞ୍ଚାୟତରେ ମାରାଥନ୍‌ ପ୍ରଚାର କରିଛନ୍ତି ।

Leave A Reply

Your email address will not be published.