ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ, ଏହାପରେ ମୈଦାନରେ ଜମିବ ପ୍ରଚାର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ପ୍ରାର୍ଥିପତ୍ର ଦାଖଲ ପରେ ମୈଦାନରେ ଜମିବ ପ୍ରଚାର ପର୍ବ ।

ରୁଦ୍ରଙ୍କ ନାଁ ଘୋଷଣା ପରଠାରୁ ମହାରଥୀ ପରିବାର ଏକାଠି ହୋଇ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡିଛନ୍ତି । ବିଜୟ ପାଇଁ ବିଜେଡି ଦୃଢ ଆଶାବାଦୀ ରହିଛି । ୨୦୧୯ରେ ବିଜେଡିରୁ ପ୍ରଦୀପ ମହାରଥୀ ପାଇଥିଲେ ୮୮, ୫୧୮, ବିଜେପିରୁ ଆଶ୍ରିତ ୭୨, ୭୩୧ ଓ କଂଗ୍ରେସରୁ ଅଜିତ ପାଇଥିଲେ ୯୮୩୦ ଭୋଟ୍‌ । ଏଥର ବିଜେଡିରୁ ଅଛନ୍ତି ପ୍ରଦୀପ ମହାରଥୀଙ୍କ ପୁଅ ଆଉ ବିପକ୍ଷରେ ସେହି ଅଜିତ ଓ ଆଶ୍ରିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.