ଆଜି ଦୋଳ ପୂର୍ଣ୍ଣିମା ସହ ଚନ୍ଦ୍ର ଗ୍ରହଣ, ଭାରତରେ ଏହା ହେବନି ଦୃଶ୍ୟମାନ

ଆଜି ଦୋଳ ପୂର୍ଣ୍ଣିମା ସହ ଚନ୍ଦ୍ର ଗ୍ରହଣ । ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଭାରତରେ ଏହା ଦୃଶ୍ୟମାନ ହେଉନଥିବା ବେଳେ ଗ୍ରହମାନଙ୍କର ଚଳନ ଅନୁଯାୟୀ ଏହାର ପ୍ରଭାବ ୧୨ ଟି ଯାକ ରାଶି ଉପରେ ଭିନ୍ନ ଭିନ୍ନ ରହିଛି । କେଉଁ ରାଶିକୁ ଶୁଭ ଫଳ ମିଳିବ ତ କେଉଁ ରାଶି ପାଇଁ ଅଶୁଭ ଫଳ ମିଳିବ । ଏଭଳି କଳନା ଚାଲିଛି । ସେପଟେ ଏବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଥିବାରୁ ପ୍ରାକୃତିକ ବିପର୍ଯ୍ୟୟ, ଫସଲ ହାନି ଆଦି ଉପୁଜିବା ଆଶଙ୍କା ରହିଛି। ବରିଷ୍ଠ ପାଞ୍ଜିକାର ମାନେ କହିଛନ୍ତି, ଏବର୍ଷ ଓଡ଼ିଶାରେ ପାଣିପାଗ କୃଷି ପାଇଁ ଅନୁକୂଳ ରହିବା ସହ କୃଷି ଉତ୍ପାଦନ ମଧ୍ୟ ଭଲ ହେବ ହେବ।
ତେବେ ଏପ୍ରିଲ ଓ ମେ’ ମାସରେ ପ୍ରବଳ ତାତି, ଝାଞ୍ଜିବାତ୍ୟା ଓ ଅଂଶୁଘାତ ସମସ୍ୟା ଦେଖାଯାଇପାରେ। ପଶ୍ଚିମାଞ୍ଚଳରେ ବାରମ୍ବାର ଅଗ୍ନିପାତ କାରଣରୁ ବହୁ ସମ୍ପଦ ହାନି ଘଟିବା ବିଦ୍ୟୁତ୍ ଯୋଗାଣରେ ସମସ୍ୟା ଲାଗିରହିପାରେ। ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥରେ ମୂଲ୍ୟବୃଦ୍ଧି ଅଶାନ୍ତି ସୃଷ୍ଟି କରିପାରେ ବୋଲି ଆକାଳନ କରାଯାଉଛି। ଅନୁସାରେ ଦେଶର ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆସିବ।
କୃଷି ଉତ୍ପାଦନ ହ୍ରାସ ପାଇବା ସହ ବନ୍ୟା, ବାତ୍ୟା, ଘୂର୍ଣ୍ଣିଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ହୋଇପାରେ। ଦରଦାମ ବୃଦ୍ଧିର ସମ୍ଭାବନା ରହିଛି। ବିମାନ, ବସ୍ ଓ ଟ୍ରେନ୍ ଦୁର୍ଘଟଣା ଆଶଙ୍କା ରହିଛି। ଓଡ଼ିଶା କୋହେନୂର ପ୍ରେସ୍ ପଞ୍ଜିକା, ଅରୁଣୋଦୟ ପ୍ରେସର ନୂତନ ଖଡ଼ୀରତ୍ନ ପଞ୍ଜିକା ଓ ଶ୍ରୀରାଧାରମଣ ପ୍ରେସ୍ ବିଶୁଦ୍ଧ ଖଡ଼ୀରତ୍ନ ପଞ୍ଜିକା ଅନୁଧ୍ୟାନ କରି ଏହି ମତ ରଖିଛନ୍ତି ପାଞ୍ଜିକାର।