ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ, ନିଜେ ପଢୁଥିବା ବିଦ୍ୟାଳୟକୁ ଯାଇ ସ୍ମୃତି ସାଉଁଟିବେ ରାଷ୍ଟ୍ରପତି

ଭୁବନେଶ୍ୱର(କେନ୍ୟୁଜ୍):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସକାଳ ୯ଟାରେ ଖଣ୍ଡଗିରି ତପୋବନ ହାଇସ୍କୁଲ ଗସ୍ତ କରିବେ । ସେଠାରେ ୧୨ରୁ ୧୫ ମିନିଟ ଧରି କ୍ୟାମ୍ପସରେ ରହିବେ । କିଛି ସମୟ ବୁଲିବା ପରେ ସେଠାରେ ଥିବା ଏକ ହଲରେ ଛାତ୍ରଛାତ୍ରୀଙ୍କୁ ଭେଟିବେ । ଏହାପରେ ୯ଟା ୩୦ରେ ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯିବେ ରାଷ୍ଟ୍ରପତି ।

୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ରାଷ୍ଟ୍ରପତି ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ । ଏହି ସମୟରେ ସେ କୁନ୍ତଳା କୁମାରୀ ସାବତ ହଷ୍ଟେଲରେ ରହିଥିଲେ । ହଷ୍ଟେଲରେ ସେ ରହୁଥିବା ବିର୍ସାମୁଣ୍ଡା ଓ ତୁଳସୀ ମୁଣ୍ଡା ବ୍ଲକକୁ ଯିବେ । ଦିନ ୧୧ଟା ୩୦ରେ ଜୟଦେବ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.