୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ: ଓଡ଼ିଶା ପୋଲିସକୁ ଗୁରୁମନ୍ତ୍ର ଦେବେ ସିଡିଏସ୍‌ ଜେନେରାଲ ବିପିନ୍‌ ରାଓ୍ଵତ

ଭୁବନେଶ୍ବର:୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଆଜି ଓଡ଼ିଶା ପୋଲିସକୁ ଗୁରୁମନ୍ତ୍ର ଦେବେ ସିଡିଏସ୍‌ ଜେନେରାଲ ବିପିନ୍‌ ରାଓ୍ଵତ । ଭର୍ଚୁଆଲରେ ଉଦବୋଧନ ଦେବେ ଜେନେରାଲ୍‌ ରାଓ୍ଵତ । ଦେଶର ସୁରକ୍ଷା ଦୃଷ୍ଟିକୋଣ, ପୋଲିସର ଭୂମିକା ଓ ସେମାନେ ସାମ୍ନା କରୁଥିବା ବିଭିନ୍ନ ଚ୍ୟାଲେଞ୍ଜ ଉପରେ କହିପାରନ୍ତି ଜେନେରାଲ୍‌ ରାଓ୍ଵତ ।

ଗତକାଲି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ ପୋଲିସ ଡିଜି । ସୋସିଆଲ ମିଡିଆ ସ୍ପିଡ୍‌ ସହ ତାଳ ଦେଇ କାମ କରିବା, ଅପରାଧର ଶିକାର ପୀଡ଼ିତଙ୍କୁ ସହାନୁଭୂତି ଦେଖାଇବା ସହ ସଠିକ ତଦନ୍ତ ଓ ତ୍ୱରିତ ଆକ୍ସନ ପାଇଁ ଆହ୍ଵାନ ଦେଇଥିଲେ । ତଦନ୍ତ ବେଳେ ବୈଷୟିକ ଜ୍ଞାନକୌଶଳକୁ ଅଧିକ ଭାବେ ବ୍ୟବହାର କରିବା ପରାମର୍ଶ ଦେଇଥିଲେ ପୋଲିସ ଡିଜି ଅଭୟ । ଚାରି ଦିନିଆ ସମ୍ମିଳନୀ ପ୍ରତ୍ୟେକ ଦିନ ଅପରାହ୍‌ଣ ୩ଟାରୁ ରାତି ୮ଟା ୧୫ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.