ରତ୍ନଭଣ୍ଡାର ଯାଞ୍ଚର ଆଜି ହେଉଛି ଦ୍ବିତୀୟ ଦିନ, ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ ହେବ

ପୁରୀ : ରତ୍ନଭଣ୍ଡାର ଯାଞ୍ଚର ଆଜି ହେଉଛି ଦ୍ବିତୀୟ ଦିନ ।  ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ ) ପକ୍ଷରୁ ଚାଲିଛି ସର୍ଭେ ।  ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ବୈଜ୍ଞାନିକ ସର୍ବେକ୍ଷଣ କରାଯାଇଛି । ଆଜି ମଧ୍ୟ ଏହି ସର୍ଭେ ଚାଲିବ ।  ସେହିପରି ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ସେହି ସମୟରେ ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ ।

ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ ହେବ ।  ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ ।  ଏହି ସମୟରେ ଶ୍ରୀଜୀଉଙ୍କ ନୀତିକାନ୍ତିରେ ଯେପରି ବ୍ୟାଘାତ ନଉପୁଜେ ସେଥିପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି ।  ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କିଛି ଗୁପ୍ତ ସୁଡ଼ଙ୍ଗ କିମ୍ବା ଗୁପ୍ତ କୋଠରୀ ରହିଛି କି ନାହିଁ ତାହା ସମ୍ପୂର୍ଣ ଯାଞ୍ଚ ପରେ ହିଁ ଜଣାପଡିବ । ସମ୍ପୂର୍ଣ୍ଣ ଯାଞ୍ଚ ପରେ ଆବଶ୍ୟକୀୟ ମରାମତି କରିବା ଲାଗି ପଦକ୍ଷେପ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like