ଆଜି ଅଣସର ଦର୍ଶନର ଦ୍ୱିତୀୟ ଦିନ, ସକାଳ ୬ ଟା ରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ

ବ୍ରହ୍ମଗିରି(କେନ୍ୟୁଜ): ଆଜି ମହାପ୍ରଭୁ ଶ୍ରୀ ଅଲାରନାଥ ଦେବଙ୍କ ଅଣସର ଦର୍ଶନର ଦ୍ୱିତୀୟ ଦିନ । ଭୋର ୪ଟାରୁ ମନ୍ଦିର ଫିଟା ପରେ ମଙ୍ଗଳ ଆଳତି, ତଡ଼ପ ଲାଗି , ଅବକାଶ, ବେଶ, ଗୋପାଳ ବଲ୍ଲଭ ନୀତି ବଢିବା ପରେ ସକାଳ ୬ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଦ୍ୱିତୀୟ ଦିନରେ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଛି ।

ମହାପ୍ରଭୁ ଚତୁ୍ଦ୍ଧାମୂର୍ତ୍ତିଙ୍କ ୧୦୮ ସୁବାସିତ ଗରା ପାଣିରେ ମହାସ୍ନାନ ପରେ ମହାପ୍ରଭୁ ଅଣସର ଗୃହକୁ ବିଜେ କରିଛନ୍ତି । ସେହି ଅଣସର ଗୃହରେ ଚାଲିଥାଏ ପ୍ରଭୁଙ୍କର ଗୁପ୍ତ ସେବା । ସର୍ବଦା ଶ୍ରୀକ୍ଷେତ୍ର ପୁରୀ ପ୍ରଭୁ ଶ୍ରୀ ବଳଭଦ୍ର, ପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥ, ମା ସୁଭଦ୍ରାଙ୍କୁ ଦର୍ଶନ ପାଇଁ ଛୁଟି ଆସିଥାନ୍ତି । ୩୫୦ ଦିନ ଜଗା ଦର୍ଶନରେ ଯେତିକି ପୁଣ୍ୟ ମିଳିଥାଏ ଏହି ଅଣସର ୧୪ ଦିନରେ ସେତିକି ପୁଣ୍ୟ ମିଳିଥାଏ ବୋଲି କିମ୍ବଦନ୍ତୀ ରହିଛି । ସେଥିପାଇଁ ବ୍ରହ୍ମଗିରି ଶ୍ରୀ ଅଲାରନାଥ ଦେବଙ୍କ ପୀଠ ପାଲଟି ଯାଇଥାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର ।

ଜଗନ୍ନାଥଙ୍କ ମାନବୀୟ ଅବତାର ଦର୍ଶନ ପାଇଁ ଅଲାରନାଥଙ୍କ ପୀଠରେ ଲକ୍ଷାଧିକ ଭକ୍ତମାନଙ୍କ ଭିଡ ଲାଗିଥାଏ । ଏହି ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ବେଶ ଧାରି ଶିଳାବ୍ରହ୍ମ ଶ୍ରୀ ଅଲାରନାଥ ଦେବ ନାରାୟଣ ଦେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାଆନ୍ତି । ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ନଜରରେ ରଖି ମନ୍ଦିର ପ୍ରଶାସନ, ସେବାୟତ ନିଯୋଗ, ସ୍ଥାନୀୟ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଭକ୍ତମାନେ ବ୍ୟାରିକେଟ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।

 

You might also like