ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ବିଭିନ୍ନ ପ୍ରସଙ୍ଗକୁ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ
ଭୁବନେଶ୍ବର: ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଶିମିଳିପାଳ ନିଆଁ, ମଣ୍ଡିରେ ଧାନ କିଣା ପ୍ରସଙ୍ଗ, ଆଇନ ଶୃଙ୍ଖଳା ପରିସ୍ଥିତି, ମହାନଦୀ ଜଳ ବିବାଦକୁ ନେଇ କମ୍ପିବ ଗୃହ । ସବୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବା ପାଇଁ ରଣନୀତି କରିଛନ୍ତି ବିରୋଧୀ । ଫେବୃୟାରୀ ୧୮ ତାରିଖରୁ ଆରମ୍ଭ ହୋଇଥିଲା ବଜେଟ୍ ଅଧିବେଶନ।
ଫେବୃୟାରୀ ୨୭ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିଥିଲା। ୧୨ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ବସିବ। ଆସନ୍ତା ମାର୍ଚ୍ଚ ୩୧ରେ ବ୍ୟୟମଂଜୁରୀ ବିଲ୍ ଗୃହୀତ ହେବ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀଙ୍କର ପୁଣି କୋଭିଡ ଟେଷ୍ଟ କରାଯାଇଛି ।