ଆଜି ଭୋଟ ଗଣତିର ତୃତୀୟ ତଥା ଶେଷ ଦିନ, ବାକି ୨୨୯ଟି ଜିଲ୍ଲା ପରିଷଦ ଆସନର ହେବ ଗଣତି

ଭୁବନେଶ୍ବର(କେନ୍ଯୁଜ୍): ଚାରିଆଡ଼େ ଶଙ୍ଖ ଧ୍ୱନୀ । ପଞ୍ଚାୟତ ନିର୍ବାଚନରେ ଚିତ୍ ମାରିଲେ ବିରୋଧୀ । ୨୦୧୭ ତୁଳନାରେ ବିଜେଡିର ରେକର୍ଡ ବିଜୟ । ବର୍ତ୍ତମାନ ସୁଦ୍ଧା ଗଣତିରେ ୫୫୧ ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ଓ ଆଗୁଆ ରହିଛନ୍ତି । ବିଜେପି ୩୨ ଓ କଂଗ୍ରେସ ୩୦ଟି ଲେଖାଏ ଜିଲ୍ଲା ପରିଷଦ ଜୋନରେ ଲିଡ୍ କରୁଛନ୍ତି । ବିରୋଧୀଙ୍କ ଗଡ଼କୁ ଧ୍ୱସ୍ତବିଧ୍ୱସ୍ତ କରିଛି ବିଜେଡି । ଦଳର ବିଜୟ ରଥ ବଢୁଛି ଆଗକୁ ଆଗକୁ ।
ପ୍ରଥମ ଦିନ ଗଣତିରେ ବିଜେଡି ପ୍ରାର୍ଥୀ ୮୯ ପ୍ରତିଶତ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି । ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ ହୋଇଛି । ପ୍ରାୟ ସବୁ ସ୍ଥାନରେ ଲିଡ୍ କରୁଛି ବିଜେଡି । ଦୁଇ ଦିନରେ ମୋଟ୍ ୬୨୦ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ହୋଇଛି । ଆଜି ଭୋଟ ଗଣତିର ତୃତୀୟ ତଥା ଶେଷ ଦିନ । ବାକି ୨୨୯ଟି ଜିଲ୍ଲା ପରିଷଦ ଆସନର ଭୋଟ୍ ଗଣତି କରାଯିବ ।