ଆଜି କୋଣାର୍କ ମହୋତ୍ସବର ତୃତୀୟ ଦିନ, ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଲା ମଣିପୁରୀ ନୃତ୍ୟ

ପୁରୀ(କେ ନ୍ୟୁଜ): ଜମୁଛି କୋଣାର୍କ ମହୋତ୍ସବ । ଆଜି ମହୋତ୍ସବର ତୃତୀୟ ଦିନ । ଦ୍ୱିତୀୟ ସନ୍ଧ୍ୟାରେ ମଣିପୁରୀ ନୃତ୍ୟ ପରିବେଷଣ ହୋଇଥିଲା। ପରେ ଶର୍ମିଳା ମୁଖାର୍ଜୀଙ୍କ ସଞ୍ଜଳି ଅନୁଷ୍ଠାନର ଶିଳ୍ପୀ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ । ସୂର୍ଯ୍ୟ ବନ୍ଦନା, ପଲ୍ଲବୀ, ଶିଶିର ସାନ ଓ ଶିଶିର ତରମ ପରିବେଷଣ ଦର୍ଶକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ।

 

Leave A Reply

Your email address will not be published.