ବିଧାନସଭା ଅଧିବେଶନ: ଆସନ୍ତାକାଲି ଆସିବ ଅନ୍ତରୀଣ ବଜେଟ୍, ଫୋସକରେ ରହିବ ଜନକଲ୍ୟାଣକାରୀ ଯୋଜନା

ଆଜି ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ । ବେଶ ସରଗରମ ରହିବ ଗୃହ। ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସମ୍ଭବନା ରହିଛି। ଆସନ୍ତାକାଲି ଆସିବ ଅନ୍ତରୀଣ ବଜେଟ୍ । ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ନ ଆଣି କାମଚଳା ବଜେଟ୍ ଆଣିବେ ସରକାର।

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ ।  ବେଶ ସରଗରମ ରହିବ ଗୃହ । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସମ୍ଭବନା ରହିଛି । ଆସନ୍ତାକାଲି ଆସିବ ଅନ୍ତରୀଣ ବଜେଟ୍ । ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ନ ଆଣି କାମଚଳା ବଜେଟ୍ ଆଣିବେ ସରକାର । ଏହାର ଆକାର ୧ ଲକ୍ଷ କୋଟି ଟଙ୍କା ଟପିପାରେ । ଫୋସକରେ ରହିବ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ ଯୋଜନା,ମଧୁବାବୁ ପେନସେନ ଯୋଜନା ଓ ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇପାରେ । ଆଜି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ଗୃହରେ ବିବୃତ୍ତି ରଖିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଓଡ଼ିଆ ଭାଷା ସମ୍ପର୍କରେ କିଛି ବଡ଼ ଘୋଷଣା ମଧ୍ୟ କରିପାରନ୍ତି ମୁଖ୍ୟମନ୍ତ୍ରୀ ।