ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ: ଚଳିତ ବର୍ଷର ଥିମ୍ ତମାଖୁ ବ୍ୟବହାର ଛାଡନ୍ତୁ ଓ ପୃଥିବୀର ପରିବେଶକୁ ରକ୍ଷା କରନ୍ତୁ

ଭୁବନେଶ୍ବର(କେନ୍ୟୁଜ୍): ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ୧୯୮୭ ମସିହାଠାରୁ ପ୍ରତିବର୍ଷ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍ ରହିଛି ତମାଖୁ ବ୍ୟବହାର ଛାଡନ୍ତୁ ଓ ପୃଥିବୀର ପରିବେଶକୁ ରକ୍ଷା କରନ୍ତୁ। ତମାଖୁ ସେବନର ଭୟାବହ ପରିଣାମ ବିଷୟରେ ସମାଜକୁ ଅବଗତ କରାଇବା ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ଲୋକ ମାନଙ୍କ ମନରେ ସଚେତନତା ଆଣିବା ଏହି ଦିବସର ମୂଳ ଉଦେଶ୍ୟ।
ସ୍ପର୍ଶ ହସ୍ପିଟାଲ ଦୀର୍ଘ ୧୫ ବର୍ଷ ଧରି ତମାଖୁ ମୁକ୍ତ ସଚେତନତା ଦିବସ ପାଳନ କରି ଆସୁଛି । ଏହି ଅବସରରେ ଏକ ସଚେତନତା ପଦଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ସ୍ପର୍ଶ ହସ୍ପିଟାଲ ପର୍ଯ୍ୟନ୍ତ କରାଯାଇଥିଲା। ଏଥିରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଅଭିନେତା ସବ୍ୟସାଚୀ ମିଶ୍ର ,ଅର୍ଚ୍ଚିତା ସାହୁ ଓ ହସ୍ପିଟାଲର ୭୦୦ ରୁ ଉର୍ଦ୍ଧ୍ଵ ଡାକ୍ତର ଏବଂ କର୍ମଚାରୀ ଯୋଗ ଦେଇଥିଲେ ।