ରାଜ୍ୟ

ଆଜି ବିଶ୍ୱ ପଖାଳ ଦିବସ, ଗାଁ ରୁ ସହର ସବୁଠି ପଖାଳ ଚାହିଦା

କେନ୍ଦ୍ରାପଡା(କେନ୍ୟୁଜ୍‌) :  ଆଜି ବିଶ୍ୱ ପଖାଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ । ଖଟିଖିଆର ଭାତହାଣ୍ଡିରୁ ସୌଖିନ ହୋଟେଲ ପର୍ଯ୍ୟନ୍ତ ଏବେ ପଖାଳର ଚାହିଦା । ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ମଧ୍ୟ ନିଜର ମହକ ହରାଇ ନାହିଁ ପଖାଳ । ଆଜି ପଖାଳ ଦିବସ ଅବସରରେ ସାରା ରାଜ୍ୟରେ ଦେଖିବାକୁ ମିଳିଛି ପଖାଳ ଫିଭର । ନଅ ତିଅଣ ଛଅ ଭଜା ସହ ଆଜି ରାଜ୍ୟବାସୀ ପାଳୁଛନ୍ତି ପଖାଳ ଦିବସ

ପଖାଳ । ଯାହା କେବଳ ଏକ ଖାଦ୍ୟ ନୁହେଁ । ବରଂ ଓଡ଼ିଆଙ୍କ ଆବେଗ । ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ସହ ଓତଃପ୍ରୋତ ଭାବେ ଜଡିତ । ପଖାଳ ଆମ ଗର୍ବ ଏବଂ ଆମ ପାଇଁ ଅମୃତ । ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇଲେ ମନକୁ ଶାନ୍ତି ଏବଂ ତୃପ୍ତି ମିଳିଥାଏ । ଯଦିଓ ପଖାଳ ଓଡ଼ିଆଙ୍କ ନିତିଦିନିଆ ଖାଦ୍ୟ ।

ମାତ୍ର ଖରା ଦିନରେ ଏହାର ଚାହିଦା ବେଶି । ଆଉ ଯଦି ପଖାଳ ଦିବସ ହୁଏ ତେବେ ପଖାଳ କେମିତି ନଖାଇବା ? ଆଜ୍ଞା ହଁ, ଆଜି ହେଉଛି ବିଶ୍ୱ ପଖାଳ ଦିବସ । ତେଣୁ ଆଜିର ଏହି ପଖାଳ ଦିବସକୁ ବେଶ ଭଲ ଭାବେ ପାଳନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଇଚ୍ଛାପୁର ବରଙ୍ଗିବାସୀ । ପଖାଳରେ ଦହି ,ଆମ୍ବ ଏବଂ ପୋଦିନା ଚଟଣୀ । ତା ସାଙ୍ଗକୁ ବଡ଼ି ଚୁରା,ଆଳୁ ଭର୍ତା,ବାଇଗଣ ଭର୍ତ୍ତା,ମାଛ ଭଜା ଏବଂ ଶାଗ । ଯାହାକୁ ଖାଇଲେ ଆପେ ପାଟିରୁ ବାହାରି ଆସିବ ‘ଓଃ କି ଶାନ୍ତି’  ।

Niharanjan

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

22 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

24 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

30 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

39 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

39 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

57 mins ago