ଆଜି କାଳୀପୂଜା: ନିଶାର୍ଦ୍ଧରେ ବିରାଜିବେ ମା’, କରୋନା କଟକଣା ଯୋଗୁ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ ନାହିଁ ଭକ୍ତ

ଭୁବନେଶ୍ବର: ଆଜି କାଳୀପୂଜା । ନିଶାର୍ଦ୍ଧରେ ବିରାଜିବେ ମା’ କାଳୀ । ଏଥିପାଇଁ ସମସ୍ତ ମନ୍ଦିର ଓ ପେଣ୍ଡାଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ହେଲେ କରୋନା କଟକଣା ଯୋଗୁ ଚଳିତ ବର୍ଷ ଫିକା ପଡ଼ିବ କାଳୀପୂଜା । ଭୁବନେଶ୍ୱର ସତ୍ୟନଗର କାଳୀ ମନ୍ଦିରରେ ନିରାଡମ୍ବର ଭାବେ ପୂଜା କରାଯିବ ।

ମନ୍ଦିରକୁ ଯାଇ ଭକ୍ତ ଦର୍ଶନ କରିପାରିବେ ନାହିଁ । ବାହାରେ ରହି ଦର୍ଶନ କରିହେବ । ସେହିପରି ବରମୁଣ୍ଡା କାଳୀ ମନ୍ଦିରରେ ଷୋଡଶ ଉପଚାରରେ ମା’ଙ୍କ ପୂଜା କରାଯିବ । କେବଳ କାର୍ଯ୍ୟକର୍ତ୍ତା ଏବଂ ପୂଜକ ଦ୍ୱାରା ମା’ଙ୍କ ପୂଜା ଯଜ୍ଞ ସମ୍ପନ୍ନ ହେବ । ଏହା ସହ ବିଭିନ୍ନ ପୂଜା ମଣ୍ଡପରେ କୋଭିଡ୍‌ କଟକଣା ମଧ୍ୟରେ ପୂଜା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.