ହାଇକୋର୍ଟରେ କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ମାମଲାର ଶୁଣାଣି,ହାଜର ହେଲେ ASI ଡିଜି ଓ ADG ASI

କେନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ମାମଲାର ଶୁଣାଣି । ହାଜର ହେଲେ ASI ଡିଜି ଓ ADG ASI । ଆଜି ସେମାନଙ୍କୁ ହାଜର ହେବାକୁ ଗତ ୧୭ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଐତିହ୍ୟ ସମ୍ପନ୍ନ ଏହି ଦୁଇଚି ମନ୍ଦିରର ମରାମତି ଓ ସଂରକ୍ଷଣ ସଠିକ ଭାବରେ ହେଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ। ୪ ମାସ ଭିତରେ ମରାମତି କାମ ସାରିବା ପାଇଁ ଏଏସ୍‌ଆଇ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ଓ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିରର ମରାମତି କାମ ଶେଷ ହୋଇଥିବା ବେଳେ ୪ ମାସ ଭିତରେ ନାଟ ମଣ୍ଡପର କାମ ଶେଷ ହେବ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି

high courtମନ୍ଦିର କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ମାମଲାର ପୂର୍ବ ଶୁଣାଣିରେ ହାଇକୋର୍ଟରେ ହାଜର ହୋଇଥିଲେ ASI ସୁପରିଣ୍ଟେଣ୍ଡେଣ୍ଟ। ହାଇକୋର୍ଟରେ କୋଣାର୍କ ସୁରକ୍ଷା ମାମଲାରେ ସୂର୍ଯ୍ୟ ମନ୍ଦିରର ପୁନଃ ନିର୍ମାଣ ପାଇଁ ଆବେଦନ କରି ଦିଲ୍ଲୀପ ମହାପାତ୍ର ଏକ ପିଟିସନ ଦାୟର କରିଛନ୍ତି । ଏହାସହ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତିକୁ କୋଣାର୍କ ସ୍ଥାନାନ୍ତର କରି ସେଠାରେ ପୂଜାର୍ଚ୍ଚନା କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସେ ଆବେଦନରେ ଦର୍ଶାଇଛନ୍ତି । … ଲଣ୍ଡନର ବ୍ରିଟିଶ ମ୍ୟୁଜିମୟରେ ରହିଛି ନବଗ୍ରହ ମୂର୍ତ୍ତି। ୧୮୭୨ ମସିହାରେ ଏହି ମୂର୍ତ୍ତିକୁ ବ୍ରିଟିଶ ମ୍ୟୁଜିୟମକୁ ନିଆଯାଇଥିଲା। ଜନ ବ୍ରିଜ ନାମକ ଇଂଲଣ୍ଡ ବାସିନ୍ଦାଙ୍କ ସଂପର୍କୀୟ ମାନେ ମୂର୍ତ୍ତିକୁ ବ୍ରିଟିଶ ମ୍ୟୁଜିୟମକୁ ଦାନ କରିଥିବା ମ୍ୟୁଜିୟମ କାଗଜପତ୍ରରେ ଉଲ୍ଲେଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.