ପଞ୍ଚାୟତ ଫାଇଟ୍‌ ପାଇଁ ସରଗରମ ଗାଁ ରାଜନୀତି: ଆଜି ସରିଲା ନାମାଙ୍କନ, କାଲି ଯାଞ୍ଚ ପରେ ୨୫ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା

କେନ୍ୟୁଜ୍(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଦାଖଲ । ଶେଷ ଦିନରେ ବହୁ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । କୋଭିଡ୍‌ କଟକଣାରେ ସମର୍ଥକଙ୍କ ଗହଣରେ ଆସି ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର । କାଲି ମନୋନୟନପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ତାପରେ ଚୂଡ଼ାନ୍ତ ତାଲିକା ବାହାରିବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଗ ନେବା ଲାଗି ଯୁବ ବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କ, ସମସ୍ତଙ୍କଠାରେ ଆଗ୍ରହ ଦେଖିବାକୁ ମିଳିଛି । କିଏ ବିଟେକ୍‌ ପଢା ଛାତ୍ରଛାତ୍ରୀ ତ କିଏ ସଫ୍ଟେୱେର ଇଞ୍ଜିନିୟର । କିଏ ସେନାରୁ ଅବସର ପରେ ପଞ୍ଚାୟତ ପଲିଟିକ୍ସରେ ସାମିଲ ହୋଇଛନ୍ତି ।
ନାମାଙ୍କନ ସରିଥିବା ବେଳେ ଏବେ ପ୍ରଚାର ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ସଭା, ଶୋଭାଯାତ୍ରା ହେବନି । କମ୍‌ ସମୟ ଭିତରେ ଲୋକଙ୍କ ପାଖରେ ପହଞ୍ଚି କିଭଳି ମନ ଜିଣିବେ ସେନେଇ ଚାଲିଛି ଯୋଜନା । କେବଳ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ହେବ । ୫ ଜଣଙ୍କୁ ନେଇ ଘରକୁ ଘର ବୁଲି ଭୋଟ୍‌ ମାଗିବେ ପ୍ରାର୍ଥୀ । ଡିଜିଟାଲ୍‌ ଫ୍ଲାଟଫର୍ମରେ ପ୍ରଚାର ଉପରେ ଜୋର ଦେଉଛନ୍ତି ପ୍ରାର୍ଥୀ ।

ଏବେ ରାଜ୍ୟରେ ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ସ୍ଥିତି ସମୀକ୍ଷା କରୁଛନ୍ତି ରାଜ୍ୟ ନିର୍ବାଚନ କମିଶନର । ସଂକ୍ରମଣ କମିଲେ ପ୍ରଚାର କଟକଣା କୋହଳ ହୋଇପାରେ । ପ୍ରଚାର ବେଳେ ଯେଭଳି କୋଭିଡ୍‌ ଗାଇଡଲାଇନର ଉଲ୍ଲଂଘନ ନହୁଏ ସେଥିପ୍ରତି କଡ଼ା ଦୃଷ୍ଟି ଦେବାକୁ ନିର୍ବାଚନ କମିଶନଙ୍କ କଡ଼ା ନିର୍ଦ୍ଦେଶକ ରହିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.