ଆଜି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା, କୋଭିଡ କଟକଣା ପାଇଁ ମା’ଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

କେନ୍ଦ୍ରାପଡା/ଢେଙ୍କାନାଳ(କେନ୍ଯୁଜ୍): ଆଜି ଧରାବତରଣ କରିବେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀ। ଆଜି ମା’ଙ୍କ ପୂଜା । କୋଭିଡ କଟକଣା ପାଇଁ ଏଥର ନିରାଡମ୍ବର ଭାବେ ପୂଜା କରାଯାଉଛି। କେନ୍ଦ୍ରାପଡା ସହରର ୬୨ଟି ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ । ସେହିଭଳି ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ରିତିନିତି ଅନୁସାରେ ପୂଜା ପାଇବେ ମା ଗଜଲକ୍ଷ୍ମୀ। ୧୧ ଦିନ ଧରି ଚାଲିବ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ହେଲେ ମା’ଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଅଳ୍ପସଂକ୍ୟକ ଲୋକଙ୍କୁ ନେଇ ପୂଜା କରାଯାଉଛି।

ମା ଲକ୍ଷ୍ମୀଙ୍କ କଥା: 

ତେବେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । କିଛି ଲୋକ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ମଧ୍ୟ ରଖନ୍ତି । ଆଉ ଯେଉଁମାନେ ବ୍ରତ ରଖି ନପାରନ୍ତି ସେମାନେ ଯଦି ମା’ଙ୍କ ସହିତ କଥା ପଢ଼ନ୍ତି ବା ଶୁଣନ୍ତି ତେବେ ମା’ଙ୍କ କୃପା ସେମାନଙ୍କ ଉପରେ ନିଶ୍ଚିନ୍ତ ପଡିଥାଏ । ଆଜି ମା’ଙ୍କ ବିଷୟରେ ଏକ ଅଜଣା ଓ ଅଶୁଣା କଥା ଶୁଣି ରଖନ୍ତୁ । ଅନେକେ ହୁଏତ ଜାଣି ନଥିବେ ମା’ସୀତାଙ୍କ ପରି ମା’ ଲକ୍ଷ୍ମୀଙ୍କର ବି ଅପହରଣ ହୋଇଥିଲା । ଏକଦା ଦେବତା ଓ ଅସୁର ଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ଯୁଦ୍ଧରେ ଦେବ ଗଣ ପରାଜିତ ହେବା ପରେ ଦେବଗୁରୁ ବୃହସ୍ପତିଙ୍କ ନିକଟରେ ଯାଇ ପହଂଚିଲେ । ଏହି ସମୟରେ ଦେବରାଜ ଇନ୍ଦ୍ର କହିଲେ କେବଳ ଅସୁରଙ୍କ କାରଣରୁ ଆମେ ଆତ୍ମହତ୍ୟା କରିବାକୁ ଯାଉଛୁ । ଏହା ଶୁଣିବା ପରେ ଦେବଗୁରୁ ସମସ୍ତ ଦେବ ଗଣଙ୍କୁ ଦତ୍ତାତ୍ରେୟଙ୍କ ନିକଟକୁ ନେଇ ଯାଇଥିଲେ । ଦତ୍ତାତ୍ରେୟ ସମସ୍ତଙ୍କୁ ବୁଝାଇବା ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ।

maa laxmi

ଦ୍ଵିତୀୟ ଥର ଯୁଦ୍ଧରେ ବି ଦେବଗଣଙ୍କୁ ପରାଜିତ ହେବାକୁ ପଡିଥିଲା । ପୂର୍ବ ଥର ପରି ଏଥର ମଧ୍ୟ ଦେବ ଗଣ ଭଗବାନ ବିଷ୍ଣୁ ଦତ୍ତାତ୍ରେୟଙ୍କ ନିକଟର୍ରେ ଯାଇ ପହଁଚିଲେ । ଏହି ସମୟରେ ନୟାରଣ ସମାଧିସ୍ଥ ଥିବା ବେଳେ ତାଙ୍କ ନିକଟରେ ମା’ ଲକ୍ଷ୍ମୀ ବସିଥିଲେ | ଠିକ ଏହି ସମୟରେ ସେଠାରେ ଅସୁର ଗଣ ଆସି ପହଁଚିଲେ । ମା’ଙ୍କ ଅପରୂପ ସୌନ୍ଦର୍ଯ୍ୟରେ ଅସୁର ଗଣ ବିମୋହିତ ହୋଇଯାଇଥିଲେ | ମୌକା ମିଳିବା ମାତ୍ରେ ଦୁଷ୍ଟ ଅସୁର ଗଣ ମା’ ଲକ୍ଷ୍ମୀଙ୍କୁ ଅପହରଣ କରି ନେଇଥିଲେ । ଦତ୍ତାତ୍ରେୟଙ୍କ ସମାଧିସ୍ଥ ଭଙ୍ଗ ହେବା ପରେ ଦେବ ଗଣ ତାଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କଲେ । ସବୁ ଶୁଣିବା ପରେ ଅନ୍ତର୍ଯ୍ୟାମୀ ବିଷ୍ଣୁ କହିଥିଲେକି, ଏବେ ଅସୁରଙ୍କ ବିନାଶ କାଳ ଆସିଗଲା । ଏହା ପରେ ଦେବଗଣ ଓ ଅସୁରଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ଯୁଦ୍ଧରେ ଅସୁର ଗଣ ପରାଜିତ ହୋଇଥିଲେ । କିନ୍ତୁ ବିଜୟ ହେବା ଦେବ ଗଣ ନାରାୟଣଙ୍କ ପହଂଚନ୍ତେ ତ ସେଠାରେ ମା’ଲକ୍ଷ୍ମୀ ପୂର୍ବରୁ ହିଁ ଉପସ୍ଥିତ ଥିଲେ । ଆଉ ଏହି ସମୟରେ ଅନ୍ତର୍ଯ୍ୟାମୀ ନାରାୟଣ କହିଥିଲେ ଲକ୍ଷ୍ମୀ ସେହିଠାରେ ହିଁ ରୁହନ୍ତି ଯେଉଁଠି ପ୍ରେମ ଓ ଶାନ୍ତି ବାସ କରେ ।

ଠିକ ସେହିପରି ଅନ୍ୟ ଏକ ଘଟଣାରେ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଶିଷ୍ୟ ଶ୍ରୀଦମାଙ୍କ ପ୍ରାଦୁର୍ଭାବରେ ସମସ୍ତ ଦେବା ଦେବୀ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ଫଳରେ ସମସ୍ତ ଦେବଗଣ ପରମ ପିତା ବ୍ରହ୍ମାଙ୍କ ସହ ବିଷ୍ଣଙ୍କ ନିକଟକୁ ଯାଇ ତ୍ରାହି ତ୍ରାହି ଚିତ୍କାର କଲେ । ଶ୍ରୀ ବିଷ୍ଣୁ ଦେବଗଣଙ୍କୁ ଆଶ୍ୱାସନା ଦେବା ସହ ଶ୍ରୀ ଦାମାଙ୍କ ସହ ଯୁଦ୍ଧ ଘୋଷଣା କଲେ । ଦୁହିଁଙ୍କ ଭିତରେ ଘମାଘୋଟ ଯୁଦ୍ଧ ହୋଇଥିଲା | କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା ବରଦାନ ପ୍ରାପ୍ତ ହୋଇଥିବାରୁ ଶ୍ରୀଦାମା ଉପରେ ବିଷ୍ଣୁଙ୍କ ଦିବ୍ୟାସ୍ତ୍ରର କୌଣସି ପ୍ରଭାବ ପଡିନଥିଲା । ଏହା ପରେ ମା’ ଲକ୍ଷ୍ମୀଙ୍କୁ ଅପହରଣ କରିନେଇଥିଲା ଦୁଷ୍ଟ ଶ୍ରୀଦାମା । ପରେ ମହାଦେବଙ୍କୁ ଉପାସନା କରି ଶ୍ରୀ ବିଷ୍ଣୁ ମା’ ଲକ୍ଷ୍ମୀଙ୍କୁ ମୁକ୍ତ କରି ଆଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.