ରଥଯାତ୍ରା ପାଇଁ ଉତ୍ସବ ମୁଖର ବାରିପଦା ସହର: ଆଜି ଅନନ୍ତ ବାସୁଦେବ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ମୟୁରଭଞ୍ଜ(କେନ୍ୟୁଜ୍): ରଥଯାତ୍ରା ପାଇଁ ଉତ୍ସବ ମୁଖର ବାରିପଦା ସହର। ବାରିପଦା ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୁର୍ତ୍ତି ମଉସୀମା ମନ୍ଦିରରେ ଅବସ୍ଥାନ କାଳରେ ଗୁଣ୍ଡିଚା ଘରେ ୫ ଦିନଧରି ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି ଭକ୍ତଙ୍କୁ । ଆଉ ସେହି ପରମ୍ପରା ଅନୁଯାୟୀ ପଞ୍ଚମ ତଥା ଶେଷ ଦିନରେ ଚତୁର୍ଦ୍ଧାମୁର୍ତ୍ତି ଦର୍ଶନ ଦେଇଛନ୍ତି ଅନନ୍ତ ବାସୁଦେବ ବେଶରେ। ଆଡପ ମଣ୍ଡପରେ ଦର୍ଶନ କଲେ କୋଟି କୋଟି ପୁଣ୍ୟ ମିଳିଥାଏ ଏହି ବିଶ୍ୱାସରେ ପ୍ରବଳ ଭକ୍ତଙ୍କ ଭିଡ ଲାଗିଛି ମାଉସୀ ମା’ ମନ୍ଦିରରେ। ସନ୍ଧ୍ଯା ଆଳତୀ ପରେ ମହାପ୍ରଭୂ ଏହି ଅନନ୍ତ ବାସୁଦେବ ବେଶରେ ଦର୍ଶନ ଦେଇଛନ୍ତି। ପରମ୍ପରା ମୁତାବକ ଆସନ୍ତା କାଲି ଦ୍ବାରିକା ବେଶ ଅର୍ଥାତ୍ ସୁନା ବେଶରେ ଦର୍ଶନ ଦେବେ ଭକ୍ତଙ୍କୁ।
ପୁରୀରେ ରଥାଋଢ ହୋଇ ମହାପ୍ରଭୂ ସୁନା ବେଶରେ ଦର୍ଶନ ଦେଉଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ରରରେ ମାଉସୀ ମା’ ମନ୍ଦିରରେ ହିଁ ଅନୁଷ୍ଠିତ ହୋଇଥାଏ ସୁନା ବେଶ। ସୁନା ବେଶ ପରେ ଅପରାହ୍ନରେ ଗୋଟି ପହଣ୍ଡରେ ରଥାରୁଢ ହେବେ ଚତୁର୍ଦ୍ଧା ମୁର୍ତ୍ତି। ସୁନା ବେଶକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ସୁରକ୍ଷାକୁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେଇଛି ପ୍ରଶାସନ। ଆସନ୍ତାକାଲି ପୁରୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ବାରିପଦା ଠାରେ ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ ବାହୁଡା ଯାତ୍ରା।