ଆଜି ପୀଠରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା, କଟକଣା ଭିତରେ ଚାଲିଛି ସମସ୍ତ ବ୍ଯବସ୍ଥା

ଭୁବନେଶ୍ବର: ଧରାବତରଣ କରିଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା । ମାଙ୍କ ଆଗମନକୁ ସମସ୍ତଙ୍କ ଅପେକ୍ଷା । ଗତକାଲି ପୀଠରେ ସପ୍ତମୀ ହୋଇଥିବା ବେଳେ ଆଜି ମହାଅଷ୍ଟମୀ। ସେହିପରି ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ବିଲ୍ଵବରଣ ପରେ ଆଜି ସପ୍ତମୀ ପୂଜା । ଏଥିପାଇଁ କଟକରେ ସମସ୍ତ ମୃଣ୍ମୟୀ ଦେବୀଙ୍କ ମଣ୍ଡପରେ ପ୍ରସ୍ତୁତି ସରିଛି । ମାଙ୍କ ପାଖରେ ପୂଜା ହେବ । ପରେ କଳସ ଯାତ୍ରା ଓ ମା’ଙ୍କ ଚକ୍ଷୁ ଦାନ କରାଯିବ ।

ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ମଣ୍ଡପରେ ପୂଜା ପାଉଛନ୍ତି ମା’ । କଟକଣା କାରଣରୁ ରାଜଧାନୀର ସମସ୍ତ ପୂଜା କମିଟି ପକ୍ଷରୁ କଳସ ଯାତ୍ରାକୁ ବାଦ ଦିଆଯାଇଛି । ବିଧି ରକ୍ଷା ପାଇଁ ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିଲେ ମଧ୍ୟ ତୋରଣ, ଆଲୋକସଜ୍ଜା ନାହିଁ । କରୋନା କଟକଣା ଭିତରେ ମଣ୍ଡପରେ ମା’ଙ୍କୁ ଆବାହନ କରାଯାଉଛି । କେମିତି ଭକ୍ତ ମାନେ ମାଙ୍କୁ ମଣ୍ଡପରୁ ଦେଖିପାରିବେ ସେନେଇ ପୂଜା ମଣ୍ଡପ ସମିତି ବ୍ୟବସ୍ଥା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.