ମହାଶିବରାତ୍ରି ପାଇଁ ଉତ୍ସବ ମୁଖର ଆରଡିର ବାବା ଆଖଣ୍ଡଳମଣୀ ପୀଠ, କେବଳ ୪ଟି ପଞ୍ଚାୟତର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି

ଚାନ୍ଦବାଲି(କେନ୍ଯୁଜ୍): ମହାଶିବରାତ୍ରି ପାଇଁ ଉତ୍ସବ ମୁଖର ଓଡିଶାର ଅନ୍ୟତମ ସର୍ବ ପୁରାତନ ଶୈବପୀଠ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀ ପୀଠ । କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେଉଛି ଜାଗରଯାତ୍ରା । କେବଳ ୪ ପଞ୍ଚାୟତର ଲୋକଙ୍କୁ ବାବାଙ୍କ ଦର୍ଶନ କରିବାକୁ ଅନୁମତି ପ୍ରଦାନ କରିଛି ପ୍ରଶାସନ ।

ତେବେ ଜାଗର ପାଇଁ ପ୍ରଶାସନ ତରଫରୁ ନୀତି ନିର୍ଘଣ୍ଟ କରାଯାଇଛି । ଭୋର ୪ ଘଟିକାରେ ମନ୍ଦିର ପହୁଡ ଖୋଲା ହେବା ପରେ ପ୍ରଥମେ ମଙ୍ଗଳ ଆରତି ଓ କନିକା ରାଜାଙ୍କ ପହିଲି ଘର୍ଷଣ ଭୋଗ ଲାଗି ହୋଇଛି । ପରେ ପାଳିଆ ସେବକଙ୍କ ଖେଚୁଡି ଭୋଗ ଲାଗି କରାଯାଇଛି । ସର୍ବ ସାଧାରଣ ଦର୍ଶନ ରାତ୍ର ୧୧ଟା ୩୦ ମିନିଟରେ ଶେଷ ହେବ । ସନ୍ଧ୍ୟା ୬ଟା ୩୦ମିନିଟରୁ ପ୍ରଥମ ପ୍ରହର ଆରମ୍ଭ ହୋଇ ୧୨ଟା ୩୦ମିନିଟ୍‌ରେ ଚତୁର୍ଥ ପ୍ରହର ଶେଷ ହେବ ।

ରାତ୍ର ୧ଟା ୩୦ମିିନିଟରୁ ୪ ପଞ୍ଚାୟତ ବାସୀ ବାବାଙ୍କ ଅପୂର୍ବ ସୁନାବେଶ ଦର୍ଶନ କରିପାରିବେ । ଭୋର ୫ଟାରେ ମହାଦୀପ ମନ୍ଦିର ଚୁଡାରେ ସ୍ଥାପନ କରାଯିବାର ନିତି ନିର୍ଘଣ୍ଟ କରାଯାଇଛି ।

Leave A Reply

Your email address will not be published.