ଭୁବନେଶ୍ୱର(କେନ୍ୟୁଜ୍): ମାଆ ଜଗଜ୍ଜନନୀଙ୍କ ଆବାହନରେ ମୁଖରିତ ପୁରପଲ୍ଲୀ । ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ । ଉତ୍ସବ ମୁଖରିତ ପୀଠ ଓ ମଣ୍ଡପ । ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ମହା ଆଡମ୍ବରରେ ଚାଲିଛି ମହାମାୟାଙ୍କ ପୂଜା । ଶକ୍ତିପୀଠରେ ଆଜି ମାଆଙ୍କ ଦଶହରା ପର୍ବ ପାଳନ କରାଯାଉଛି। ସେହିପରି ମଣ୍ଡପରେ ଚାଲିଛି ମାଆଙ୍କ ମହାନବମୀ ପୂଜା। ଏଥିପାଇଁ ପୂଜା ମଣ୍ଡପଗୁଡ଼ିକ ବି ରୀତିନୀତିରେ ମାଆଙ୍କ ଆବାହନ କରାଯାଛି । ବ୍ରାହ୍ଣଣଙ୍କ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଘଣ୍ଟଘଣ୍ଟାରେ ଉଛୁଳି ଉଠୁଛି ଚର୍ତୁଦିଗ । ପଡୁଛି ଉଠୁଛି ଟ୍ଵିନ ସିଟି । ସନ୍ଧ୍ୟା ହେଲେ ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ରାଜଧାନୀ । ରାତି ବଢିବା ସହ ମଣ୍ଡପରେ ଜମୁଛି ଭିଡ ।ଚଳିତବର୍ଷ ଭୁବନେଶ୍ୱରରେ ୧୭୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତନାଶିନୀ । ଚଳିତବର୍ଷ କଟକରେ ୩୦ରୁ ଅଧିକ ସ୍ଥାନରେ ସୁନା ଚାନ୍ଦିରେ ଝଟୁକଛନ୍ତି ମାଆ।
Prev Post