ଆଜି ଶ୍ରୀମନ୍ଦିରରେ ଚକ୍ର ନାରାୟଣ ଏକାଦଶୀ ନୀତି, ନଗର ପରିକ୍ରମା କରିବେ ମହାପ୍ରଭୁଙ୍କ ସୁଦର୍ଶନ ଚକ୍ର

ପୁରୀ : ଆଜି ମହାପ୍ରଭୁଙ୍କ ଚକ୍ର ନାରାୟଣ ଏକାଦଶୀ ନୀତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତି କାନ୍ତି ସାରି ମଧ୍ୟାହ୍ନ ଧୂପ ପରେ ଏହି ଚକ୍ରବୁଲା ତଥା ଚକ୍ର ନାରାୟଣ ଏକାଦଶୀ ନୀତି ଅନୁଷ୍ଠିତ ହେବ ।  ଚକ୍ରନାରାୟଣ ହେଉଛନ୍ତି ମହାପ୍ରଭୁଙ୍କ ସୁଦର୍ଶନ ଚକ୍ର। ବିମାନରେ ଅଧିଷ୍ଠିତ ହୋଇ ପ୍ରଭୁ ଚକ୍ରନାରାୟଣ ନଗର ପରିକ୍ରମା କରିବେ ।

ପୂର୍ବ କାଳରେ ଶ୍ରୀକ୍ଷେତ୍ରରେ ମହାମାରୀରେ ପଡ଼ି ଲୋକ ତ୍ରାହି ତ୍ରାହି ଡାକୁଥିଲେ। ସାହି ସାହିରେ ଲୋକେ ମରୁଥିଲେ । ଏଭଳି ସ୍ଥିତିରେ ମହାପ୍ରଭୁ ତାଙ୍କ ଆୟୁଧ ଚକ୍ରନାରାୟଣଙ୍କୁ ପଠାଇ ନଗରବାସୀଙ୍କ ଖବର ନେଉଥିଲେ ।  ବିମାନରେ ଅଧିଷ୍ଠିତ ହୋଇ ପ୍ରଭୁ ଚକ୍ରନାରାୟଣ ଚାରି ଆଶ୍ରମରେ ବିଜେ ହେବେ।  ରଥଯାତ୍ରା ପରେ ଏହା ହେଉଛି ଠାକୁରଙ୍କ ପ୍ରଥମ ବାହାର ବିଜେ । ଏହି ବିଜେ ନୀତି ସହ ଠାକୁରଙ୍କ ରୋହିଣୀ ବୃଷ ନକ୍ଷତ୍ର ନୀତି ମଧ୍ୟ ପାଳିତ ହେବ।

 

You might also like