ଆଜି ନିଳାଦ୍ରୀବିଜେ, ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି; ଆଜି ରାତିରୁ ଆଉ ଟିଭିରେ ବି ଦେଖି ପାରିବା ନାହିଁ କଳା ଶ୍ରୀମୁଖକୁ

ପୁରୀ: ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ। ଘୋଷଯାତ୍ରାର ଅନ୍ତିମ ପର୍ବ । ଏହି ଅବସରରେ ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ । ରଥ ଉପରେ ଥିବା ମହାପ୍ରଭୁଙ୍କୁ ଆଜି ଗୋଟି ପହଣ୍ଡି କରି ନୀଳକନ୍ଦରକୁ ନିଆଯିବ । ଅପରାହ୍ନ ପ୍ରାୟ ୪ ଟାରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ।

ଗତକାଲି ସମ୍ପର୍ଣ୍ଣ ହୋଇଥିଲା ମହାପ୍ରଭୁଙ୍କ ଅଧରପଣା ନୀତି । ଶ୍ରୀବିଗ୍ରହଙ୍କ ଆଗରେ ଅଧର ଉଚ୍ଚର ପଣା ହାଣ୍ଡି ପ୍ରସ୍ତୁତ ହୋଇ ରହିଥିଲା। ୩ ରଥରେ ୯ଟି ମାଟିପାତ୍ରରେ ପଣା ପ୍ରସ୍ତୁତ ହୋଇଥିଲା। ତିନିରଥରେ ପୂଜାର୍ଚ୍ଚନା ପରେ ଭଙ୍ଗାଯାଇଥିଲା ହାଣ୍ଡି। ମଧ୍ୟାହ୍ନ ଧୂପ ପରେ ତିନି ରଥରେ ଏହି ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କୁ ପଣା ଲାଗି ହେବା ପରେ ଏହାକୁ ରଥ ଉପରୁ ଢଳାଯାଇଥିଲା । ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଏହି ଅଧରପଣା ଢଳାଯାଇଥାଏ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.