ଆଜି ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ପଡ଼ିବ ଭୋଟ୍

ଓଡ଼ିଶାରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଆଜି ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ହେଉଛି ଭୋଟିଂ ।  ଆସିକା ଓ କନ୍ଧମାଳ ସହ ପଶ୍ଚିମରେ ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଏବଂ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନ ଗୁଡ଼ିକରେ ମତଦାନ ଆରମ୍ଭ ହୋଇଛି ।  ପ୍ରାୟ ୮୦ ଲକ୍ଷ ଭୋଟର ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।  ୫ ଲୋକସଭା କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଆଜି ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ହେଉଛି ଭୋଟିଂ। ଆସିକା ଓ କନ୍ଧମାଳ ସହ ପଶ୍ଚିମରେ ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଏବଂ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନ ଗୁଡ଼ିକରେ ମତଦାନ ଆରମ୍ଭ ହୋଇଛି । ପ୍ରାୟ ୮୦ ଲକ୍ଷ ଭୋଟର ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୫ ଲୋକସଭା କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ସେଥିରୁ ୩୪ ପୁରୁଷ ଓ ୬ ମହିଳା ପ୍ରାର୍ଥୀ । ସେହିପରି ୩୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ସଂଖ୍ୟା ରହିଛି ୨୬୫ । ସେଥିରୁ ୨୨୪ ପୁରୁଷ ଓ ୪୧ ମହିଳା ପ୍ରାର୍ଥୀ ଅଛନ୍ତି । ୯ହଜାର ୧୪୮ ମତଦାନ କେନ୍ଦ୍ର ସହ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ହୋଇଛି । ୨୦୧୯ ନିର୍ବାଚନରେ ଏହି ୫ ଲୋକସଭା ଆସନରୁ ୩ ଟି ବିଜେପି ଦଖଲ କରିଥିବା ବେଳେ ୨ଟିରେ ବିଜେଡି ବିଜୟୀ ହୋଇଥିଲା । ଏଥର ନିଜର ଗଡ଼ ରକ୍ଷା କରିବା ବିଜେପି ପାଇଁ ଚ୍ୟାଲେଞ୍ଜ ହେବ । ସେହିପରି ୩୫ ବିଧାନସଭଭା ଆସନ ଭିତରୁ ୨୬ଟିରେ ବିଜୟୀ ହୋଇଥିଲା ବିଜେଡି। କଂଗ୍ରେସ ଓ ବିଜେପି ୪ ଟି ଲେଖାଏଁ ଆସନରେ ଜିତିଥିବା ବେଳେ ଗୋଟିଏ ବାମ ଦଳ ଖାତାକୁ ଯାଇଥିଲା । .

Leave A Reply

Your email address will not be published.