ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ , ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ୍‌ ଦାବିରେ ଡାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ

ଭୁବନେଶ୍ବର(କେନ୍ୟୁଜ୍) : ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ। ସକାଳୁ ସକାଳୁ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ରାସ୍ତା ମଝିରେ ଟାୟାର ଜାଳିବା ସହ ଗାଡି ମୋଟର ଚଳାଚଳ ବନ୍ଦ ରଖିଛନ୍ତି। ତେବେ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ବନ୍ଦରେ ସାମିଲ ହୋଇ ନାହିଁ। ସକାଳ ୬ରୁ ସଂଧ୍ୟା ୬ଟା ପର‌୍ୟ୍ୟନ୍ତ ଧର୍ମଘଟ କରାଯିବ। ଆନ୍ଦୋଳନକୁ କଂଗ୍ରେସ ଓ ବିଜେପିର ନୈତିକ ସମର୍ଥନ କରାଯାଇଛି। ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରି ବସିରହିଥିବାବେଳେ କିଛି ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ।

bandh ତେବେ ପୂର୍ବରୁ ଧର୍ମଘଟରୁ ଓହରିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିବା ବେଳେ ସଂଗଠନ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ପାଇଁ ସାରା ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଶାନ୍ତିଶୃଙ୍ଖଳା ବଜାୟ ରହିଥିବା ଡିସିପି ଅନୁପ ସାହୁ କହିଛନ୍ତି।

photo_2019-02-21_08-36-11ଓଡ଼ିଶା ବନ୍ଦକୁ କଂଗ୍ରେସ ଓ ବିଜେପିର ନୈତିକ ସମର୍ଥନ :

ସେପଟେ ଓଡ଼ିଶା ବନ୍ଦକୁ କଂଗ୍ରେସ ଓ ବିଜେପି ନୈତିକ ସମର୍ଥନ ଜଣାଇଛନ୍ତି। ତେବେ ବିଜେଡି କହିଛି ସରକାରଙ୍କୁ ବଦନାମ କରିବା ପାଇଁ ପ୍ରାୟୋଜିତ ରାଜନୈତିକ ଷଡୟନ୍ତ୍ର ହୋଇଛି। ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ପାଇଁ ସାରା ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିବା ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଟ୍ରେନ୍‌ ବନ୍ଦ କରିବା ଆଶଙ୍କା ରହିଛି। ଆଇନଶୃଙ୍ଖଳା ପରିସ୍ଥିତି ଓ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲପାଳଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ବନ୍ଦରେ ସାମିଲ ହେବ ନାହିଁ। ସେପଟେ ବନ୍ଦ ପାଳନରେ ମାଟ୍ରିକ ପରୀକ୍ଷା ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ପୋଲିସ ଡିଜି କହିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ସ୍ଥଗିତ :

ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଆଖିରେ ରଖି ଆଜି ହେବାକୁ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ପରୀକ୍ଷା ତାରିଖ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ପୁରୀ ଶ୍ରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟ ଅଧୀନରେ ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ପରୀକ୍ଷା ମାର୍ଚ୍ଚ ୧ରେ ଅନୁଷ୍ଠିତ ହେବ।