ଆଜି ବର୍ଷର ପ୍ରଥମ କ୍ୟାବିନେଟ୍‌ ବୈଠକ, ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

ଭୁବନେଶ୍ବର(କେନ୍ଯୁଜ୍): ଆଜି ବର୍ଷର ପ୍ରଥମ କ୍ୟାବିନେଟ୍‌ ବୈଠକ । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।

ଜାନୁଆରି ପ୍ରଥମ ସପ୍ତାହ ପରେ ଯେକୌଣସି ମୁହୂର୍ତ୍ତରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇପାରେ । ତେଣୁ ଆଜିର ବୈଠକ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କୃଷି, ଜଳସମ୍ପଦ, ପଞ୍ଚାତିରାଜ, ନଗର ଉନ୍ନୟନ ଓ ପୂର୍ତ୍ତ ଆଦି ବିଭାଗର ପ୍ରାୟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ । ଏହାସହ ଦୁଇଟି ବିଭାଗର ସରକାରୀ କର୍ମଚାରୀଙ୍କ କ୍ୟାଡର ସଂଶୋଧନ ନେଇ ବୈଠକରେ ପ୍ରସ୍ତାବ ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.