ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିବସ

ଭୁବନେଶ୍ବର(କେନ୍ୟୁଜ୍): ୭୪ ବର୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୪୬ ମସିହା ଆଜିର ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ । ଲଗାତର ପଞ୍ଚମ ଥର ଭାବେ ମୁଖ୍ୟମନ୍ତ୍ରୀ ପଦରେ ତାଙ୍କୁ ବସାଇଛନ୍ତି ରାଜ୍ୟବାସୀା ୧୯ ବର୍ଷ ଶାସନ କାଳରେ ବଦଳିଛି ଓଡ଼ିଶାର ଚିତ୍ରା ହଟିଛି ଗରିବୀ, ବଢ଼ିଛି ବିକାଶର ରାସ୍ତାା ରାଜ୍ୟରୁ ଗରିବ ହଟାଇବା ନବୀନଙ୍କ ମୂଳ ଲକ୍ଷ୍ୟ । ଗାଁ ଗହଳି, ସହର ନଗର ସବୁଠି ସ୍ପଷ୍ଟ ଭାବେ ଝଲସୁଛି ବିକାଶର ଚିତ୍ର । କୃଷି, ଶିଳ୍ପ ହେଉ କି କ୍ରୀଡା ସାରା ଦେଶରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥର ବାର୍ଥ ଡେ ସେଲିବ୍ରେସନ କରିବେନି ନବୀନ ପଟ୍ଟନାୟକ । ଚଳିତ ବର୍ଷ ରାଜ୍ୟରେ ଫନି ବାତ୍ୟା ବିପୁଳ କ୍ଷତି ଘଟାଇଥିବାରୁ ଜନ୍ମଦିନ ନ ପାଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ଆସିବା ପରିବର୍ତ୍ତେ ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ସ୍କୁଲକୁ ଯାଇ ସେମାନଙ୍କ ପାଇଁ କିଛି କାମ କରିବାକୁ ସେ ନିବେଦନ କରିଛନ୍ତି। ଆଜି ରାଜ୍ୟରେ ୬୦ଟିରୁ ଅଧିକ ସ୍ଥାନରେ ଜୀବନ ବିନ୍ଦୁ କାଯ୍ୟର୍କ୍ରମ ମାଧ୍ୟମରେ ରକ୍ତ ଦାନ ଶିବିର ଆୟୋଜନ ହେଉଛି । ନବୀନଙ୍କ ଜନ୍ମ ଦିନରେ ୧୦ ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ପାଇଁ ଦଳ ଲକ୍ଷ୍ୟ ରଖିଛି ।