ରାଜ୍ୟ

ଦୁଇ ଦଶନ୍ଧିର ଅପ୍ରତିଦ୍ବନ୍ଦୀ ଜନନାୟକ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ, ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ସ୍ପର୍ଶ କରି ପାରିନି ଅହଙ୍କାର

କେନ୍ୟୁଜ୍(ବ୍ୟୁରୋ): ୧୯୪୬ ଅକ୍ଟୋବର ୧୬ରେ କଟକ ଆନନ୍ଦ ଭବନରେ ନବୀନଙ୍କ ଜନ୍ମ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତୃତୀୟ ସନ୍ତାନ। ନବୀନ, ପିଲାବେଳୁ କଳାପ୍ରିୟ। କଳା, ସଂସ୍କୃତି ଓ ଇତିହାସ ସବୁଠାରୁ ପ୍ରିୟ ବିଷୟ। ପଢାପଢି ଓ ଲେଖାଲେଖିରେ ବିତୁଥିଲା ସମୟ। ଦିଲ୍ଲୀ ୟୁନିଭର୍ସିଟିରୁ ଗ୍ରାଜୁଏସନ ପରେ ଲେଖାଲେଖିରେ ନିଜକୁ ବ୍ୟସ୍ତ ରଖୁଥିଲେ। ଏ ସେକେଣ୍ଡ ପାରାଡାଇଜ-ଇଣ୍ଡିଆ କର୍ଟଲି ଲାଇଫ, ଏ ଡେଜର୍ଟ କିଙ୍ଗଡମ୍‌ – ଦ ପିପୁଲ ଅଫ ବିକାନେର, ଦ ଗାର୍ଡେନ ଅଫ ଲାଇଫ – ଆନ ଇଣ୍ଟ୍ରୋଡକ୍ସନ ଟୁ ଦ ହିଲିଂ ପ୍ଲାଣ୍ଟସ ଅଫ ଇଣ୍ଡିଆ ତାଙ୍କର ଲିଖିତ ଲୋକପ୍ରିୟ ପୁସ୍ତକ। ଲେଖାଲେଖି ସହ ଭ୍ରମଣ ପ୍ରିୟ ଥିଲେ ନବୀନ। ଦେଶ ହେଉ କି ବିଦେଶ, ବୁଲିବା ଆଉ ନୂଆ ନୂଆ କଥା ଜାଣିବା ପାଇଁ ଆଗ୍ରହ ଅଧିକ ଥିଲା ତାଙ୍କର। ରାଜନୀତି ସହ ଦୂର ଦୂରରୁ ବି କୌଣସି ସମ୍ପର୍କ ନଥିଲା।

ଓଡ଼ିଶା ଦୃଶ୍ୟପଟରେ ନବୀନଙ୍କ ଆବିର୍ଭାବ ୧୯୯୭ରେ। ଟଲମ୍ୟାନ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ, ବିଜୁଙ୍କ ପୁଅ ଭାବେ ଓଡ଼ିଶା ରାଜନୀତିରେ ପ୍ରବେଶ। ଏହାପରଠାରୁ ବଦଳି ଯାଇଥିଲା ତାଙ୍କ ଜୀବନର ଗତିପଥ। ବାପାଙ୍କ ଆସନ ଆସିକାରୁ ନିର୍ବାଚନ ଲଢି ପ୍ରଥମେ ଲୋକସଭାକୁ ଯାଇଥିଲେ। ସେତେବେଳେ ଜନତା ଦଳରୁ ଯାଇଥିଲେ ଲୋକସଭା। ବର୍ଷେ ପରେ ଭାଙ୍ଗିଥିଲା ଜନତା ଦଳ। ଗଠନ ହୋଇଥିଲା ବିଜୁ ଜନତା ଦଳ, ବିଜେଡି। ଶଙ୍ଖଧ୍ୱନୀ ସହ ଆରମ୍ଭ ହୋଇଥିଲା ନବୀନଙ୍କ ନୂଆ ଇନିଂସ। ରାଜନୀତିରେ ଅବିର୍ଭାବ ଥିଲା ଅକସ୍ମାତ ସତ, ହେଲେ ରାଜନୀତିରେ ପାଦ ଥାପିବା ପରେ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖିଥିଲେ ନବୀନ। ଗୋଟିଏ ଦୃଢ଼ ଏବଂ ପ୍ରତିବଦ୍ଧ ଆଞ୍ଚଳିକ ଦଳ ହିଁ ଓଡ଼ିଶାର ବିକାଶ ଆଣିପାରିବ, ଏହାର ପରିକଳ୍ପନା କରିଥିଲେ। ସେଥିଲାଗି ଅନ୍ୟ ନେତାଙ୍କ ଭଳି ସହଜ ରାଜନୀତିର ରାସ୍ତାରେ ଚାଲି ନଥିଲେ ନବୀନ। ବିଜୁ ବାବୁଙ୍କ ଆଦର୍ଶକୁ ପୁଞ୍ଜି କରି ଗଢି ତୋଳିଥିଲେ ବିଜୁ ଜନତା ଦଳ, ବିଜେଡି। ଏକ ବଳିଷ୍ଠ ଆଞ୍ଚଳିକ ଦଳ ମାଧ୍ୟମରେ ଓଡ଼ିଶା ଭଳି ଏକ ପଛୁଆ ରାଜ୍ୟର ଦ୍ରୁତ ଓ ସ୍ଥାୟୀ ବିକାଶ ହୋଇ ପାରିବ ବୋଲି ସେ ନିଶ୍ଚିତ ଥିଲେ। ସେ ପର୍ଯ୍ୟନ୍ତ ଓଡ଼ିଶାରେ ଆଞ୍ଚଳିକ ଦଳର ଇତିହାସ ଥିଲା ନୈରାଶ୍ୟଜନକ। କିନ୍ତୁ ନବୀନଙ୍କ ଦୃଢ଼ ନେତୃତ୍ୱ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଥିଲା ନୂଆ ଇତିହାସ। ୧୯୯୮ରେ ବିଜେଡି – ବିଜେପି ସହ ମିଶି ଲଢିଥିଲା ଲୋକସଭା ନିର୍ବାଚନ। ଆସିକାରୁ ପୁଣି ସାଂସଦ ନିର୍ବାଚିତ ହୋଇଥିଲେ ନବୀନ। ବାଜପେୟୀଙ୍କ ସରକାରରେ ହୋଇଥିଲେ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରରେ ସରକାର ଭାଙ୍ଗିବା ପରେ ପୁଣି ଥରେ ୧୯୯୯ ନିର୍ବାଚନ ଜିତି ଲୋକସଭା ଯାଇଥିଲେ। ..ଏହା ପରେ ଆରମ୍ଭ ହୋଇଥିଲା କଠିନ ଯାତ୍ରା।

୧୯୯୯  ମହାବାତ୍ୟା। ଓଡ଼ିଶାକୁ ଛାରଖାର କରିଦେଲା। ବିପର୍ଯ୍ୟ ସହ ଆର୍ଥିକ ଭାବେ ଦୁର୍ବଳ ଥିବା ଓଡ଼ିଶାକୁ ଦେବାଳିଆ ସ୍ଥିତିକୁ ଠେଲିଦେଲା। ସେ ସମୟରେ ରାଜ୍ୟରେ ସୃଷ୍ଟି ହୋଇଥିଲା ରାଜନୈତିକ ଅସ୍ଥିରତା। ୨୦୦୦ ମସିହାରେ ଅନୁଷ୍ଠିତ ବିଧାନସଭାରେ ବିଜେଡି-ବିଜେପି ମେଣ୍ଟ ବିଜୟୀ ହେଲା। କ୍ଷମତାକୁ ଆସିଥିଲେ ନବୀନ ପଟ୍ଟନାୟକ। ପ୍ରଥମ ଥର ଲାଗି ହୋଇଥିଲେ ମୁଖ୍ୟମନ୍ତ୍ରୀ। ବାତ୍ୟା ବିଧ୍ୱସ୍ତ ଓଡ଼ିଶାକୁ ସଜାଡିବା ସହ ରାଜ୍ୟର ବିକାଶକୁ ତ୍ୱରାନ୍ଵିତ କରିବାକୁ ଆରମ୍ଭ ହୋଇଥିଲା କାମ। ଧିରେ ଧିରେ ଓଡ଼ିଶାର ଚିତ୍ର ବଦଳିବା ଆରମ୍ଭ ହେଲା। ୨୦୦୪ରେ ପୁଣି ବିଜେପି ସହ ମେଣ୍ଟ କରି ଜିତିଥିଲା ବିଜେଡି। ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ। ୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା। କିନ୍ତୁ ୨୦୦୯, ୨୦୧୪ ଓ ୨୦୧୯ କ୍ରମାଗତ ଭାବେ ବିଜେଡି ନବୀନଙ୍କ ନେତୃତ୍ୱରେ ବିଜେଡି ଲଢିଛି ଓ ଜିତିଛି। ପ୍ରତି ଥର ଦଳ ପାଇଛି ଶହେରୁ ଅଧିକ ଆସନ। ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ବି ତାଙ୍କୁ ସ୍ପର୍ଶ କରି ପାରିନି ଅହଙ୍କାର। ସମସ୍ତଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ଇଟାଲୀରେ ରହୁଥିବା ସମ୍ବଲପୁର ଜିଲ୍ଲାର ଶେଷ କିଷାନ ପ୍ରସଙ୍ଗ, ସମସ୍ତଙ୍କୁ ଭାବବିହ୍ଵଳ କରିଥିଲା। ଶେଷ କିଷାନଙ୍କ ସଂଘର୍ଷର କଥା ଶୁଣି ମୁଖ୍ୟମନ୍ତ୍ରୀଙ୍କ ଆଖିରୁ ଲୁହ ଝରି ଆସିଲା।

କ୍ଷମତାରେ ଥାଇ ବି ସନ୍ଥଭଳି ଜୀବନ ତାଙ୍କ ରାଜନୀତିକୁ ଦେଇଛି ସ୍ୱତନ୍ତ୍ର ମର୍ଯ୍ୟାଦା। ଅନେକ ରାଜନେତାଙ୍କ ମୁଣ୍ଡରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଥିବା ବେଳେ ନବୀନଙ୍କ ପାଖରେ ମାଡି ପାରିନି ଦୁର୍ନୀତି। ବରଂ ଦୁର୍ନୀତିକୁ ଦୃଢ଼ ହସ୍ତରେ ଦମନ କରିଛନ୍ତି। ଦୁର୍ନୀତିର ସାମାନ୍ୟତମ ଅଭିଯୋଗକୁ ମଧ୍ୟ ପ୍ରଶ୍ରୟ ଦେଇ ନାହାନ୍ତି। ତାଙ୍କ ୨୨ ବର୍ଷ ଶାସନ କାଳରେ ଅନେକ ଉଦାହଣ ରହିଛି। ପ୍ରତି କ୍ଷେତ୍ରରେ ରହିଛି ତାଙ୍କର ସ୍ୱତନ୍ତ୍ର। ନବୀନ ସ୍ୱଳ୍ପଭାଷୀ। ଖୁବ କମ କହନ୍ତି। କଥାରେ ନୁହଁ କାମରେ ବିଶ୍ୱାସ କରନ୍ତି। ଅନ୍ୟନେତାଙ୍କ ପରି ଡିଂଡିମ ପିଟନ୍ତି ନାହିଁ। ବରଂ ଜନତା ତାଙ୍କର ଗୁଣଗାନ କରୁଛନ୍ତି।

ଦିନେ ରାଜନୀତିରେ ନୀବନ ଥିବା ନବୀନ, ଏବେ ପୋଖତ। ସେଥିଲାଗି ଲଗାତର ପାଞ୍ଚ-ପାଞ୍ଚ ଥର ମୁଖ୍ୟମନ୍ତ୍ରୀ। ଆକ୍ରଶମୂଳକ ରାଜନୀତି କରନ୍ତି ନାହିଁ। କିନ୍ତୁ ବିରୋଧୀଙ୍କୁ ମାତ୍‌ ଦେବାରେ ସିଦ୍ଧହସ୍ତ। ତାଙ୍କ ଗୋଟି ଚାଳନା, କେହି ସହଜରେ ବୁଝି ପାରନ୍ତି ନାହିଁ। ମାଷ୍ଟ୍ରର ଷ୍ଟ୍ରୋକ୍‌ ଦେବାରେ ମାହିର। କେବଳ ରାଜ୍ୟରେ ନୁହଁ, ଜାତୀୟ ରାଜନୀତିରେ ଦବଦବା ରହିଛି। ନବୀନଙ୍କ ସଫଳତା ପଛର ଗୁଢ଼ ରହସ୍ୟ, ସେ ନିର୍ବାଚନ ଜିତିବାକୁ ରାଜନୀତି କରି ନାହାନ୍ତି। ତାଙ୍କର ଲକ୍ଷ୍ୟ ଲୋକଙ୍କ ସେବା, ଓ ଓଡ଼ିଶାର ବିକାଶ । ଆଉ ସେଥିପାଇଁ ସେ ଲୋକପ୍ରିୟ। ବେଶ ଭ୍ରମଣପ୍ରିୟ ଥିବା ନବୀନ ଓଡ଼ିଶା ଦାୟିତ୍ୱ ନେବାପର ଠାରୁ କ୍ୱଚିତ ରାଜ୍ୟ ବାହରକୁ ଯାଇଛନ୍ତି। ୨୨ ବର୍ଷରେ ମାତ୍ର ଦି ଥର ବିଦେଶ ଗସ୍ତ କରିଛନ୍ତି । ସବୁବେଳେ ରାଜ୍ୟରେ ହିଁ ରହି ଓଡ଼ିଶାବାସୀଙ୍କ ବିକାଶରେ ନିଜକୁ ନିମଗ୍ନ କରି ରଖିଛନ୍ତି। ଆଜି ଓଡ଼ିଶା ବିକାଶର ଯେଉଁ ନୂଆ ଚିତ୍ର ଦେଖିଛି, ତାହା କେବଳ ନବୀନଙ୍କ ପାଇଁ ହିଁ ସମ୍ଭବ ହୋଇଛି। ବିକାଶ ଓ ନବୀନ, ଏ ଦୁଇ ଶବ୍ଦ ପରସ୍ପର ପରିପୂରକ।..

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

15 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

23 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

40 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago