ଆଜି ପବିତ୍ର ହେରାପଞ୍ଚମୀ : ଅଭିମାନିନୀ ମାଆ ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥ

ପୁରୀ : ପବିତ୍ର ରଥଯାତ୍ରାରେ ପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥାଋୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥିବା ବେଳେ ମାଆ ଲକ୍ଷ୍ମୀଙ୍କୁ ସାଥିରେ ଆଣିନାହାନ୍ତି । ଏହାକୁ ନେଇ ଲକ୍ଷ୍ମୀ ଅଭିମାନ କରିଛନ୍ତି । ଆଜି ହେରାପଞ୍ଚମୀ ଅବସରରେ ମାଆ ଲକ୍ଷ୍ମୀ ରାତିରେ ହେରାଗୋହିରୀ ସାହି ଦେଇ ଆସି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବାର ପରଂପରା ରହିଛି ।

ଏଥିପାଇଁ ଆଜି ସଂନ୍ଧ୍ୟାଧୂପ ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଏକ ବିମାନରେ ଆସି ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବେ। ସେଠାରେ ପତିମହାପାତ୍ର ରଥନୀତି ସଂପାଦିତ କରିବେ। ପରେ ମାଲକ୍ଷ୍ମୀ ଜଗମୋହନକୁ ବିଜେକରି ଆଜ୍ଞାମାଳ ଲାଗି କରିବେ। ଶେଷରେ ହେରାଗୋହରୀ ସାହି ବାଟ ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।

ସେପଟେ ଜନ୍ମବେଦୀରେ ଏବେ ଚତୁର୍ଦ୍ଧାମୂର୍ତ୍ତି କଡ଼ା ସୁରକ୍ଷା ଭିତରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କର ଦର୍ଶନ କରୁଛନ୍ତି । ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ବିଶ୍ୱାସ ରହିଛି, ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କର ଦର୍ଶନ କଲେ କୋଟି ପୁଣ୍ୟ ମିଳେ । ବେଶ୍ କିଛି ଦିନ ମହାପ୍ରଭୁଙ୍କ ଅବଢ଼ା ପାଇବାରୁ ବଞ୍ଚିତ ହୋଇଥିବା ଭକ୍ତ ଗତକାଲିଠୁ ଆଡ଼ପ ଅବଢା ପାଇ ନିଜକୁ ଧନ୍ୟ ମନେ କରିଛନ୍ତି । ନବଦିନାତ୍ମକ ରଥଯାତ୍ରାରେ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି ଶ୍ରୀଜଗନ୍ନାଥ।

Leave A Reply

Your email address will not be published.