ଆଜି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ, ବାଙ୍ଗିରିପୋଷିରେ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ

ମୟୂରଭଞ୍ଜ : ଆଜି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ ।  ଆଜି ଶେଷ ଦିନରେ ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି। ଦୀର୍ଘଦିନ ଧରି ଏହି ରେଳ ପ୍ରକଳ୍ପ ପାଇଁ ଦାବି ଥିଲା । ଏଥିସହ ରାଇରଙ୍ଗପୁରଠାରେ ଟ୍ରାଇବାଲ ରିସର୍ଚ୍ଚ ଆଣ୍ଡ ଟ୍ରାଇବାଲ ସେଣ୍ଟର ଓ ଦାଣ୍ଡବୋଷ ଏୟାରପୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ  ।

ଆଜି ସକାଳ ୧୦ ଟା ବେଳେ ବାସଭବନ ରୁ ବାହାରି ଦାଣ୍ଡ ବୋଷ ହେଲିପ୍ୟାଡ୍ ଅଭିମୁଖେ ଗସ୍ତ କରିବେ ମହାମହିମ । ହେଲିକପ୍ଟର ଯୋଗେ ବାଙ୍ଗିରୀପୋଷୀ ଆସି ରେଳ ଷ୍ଟେସନ ଠାରେ ଆୟୋଜିତ ସଭାରେ ଯୋଗ ଦେବେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମହୋନ ମାଝୀ, ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଯୋଗ ଦେବେ । କାର୍ଯ୍ୟକ୍ରମ ସରିବା ପରେ ପୁଣି ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି  । ଗତକାଲି ନିଜ ପୈତୃକ ଗାଁ ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ା ଯାଇଥିଲେ ମହାମହିମ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଉପରବେଡ଼ାକୁ ଆସିଥିବାରୁ ପୂରା ଗାଁରେ ଉତ୍ସବର ମାହୋଲ ଥିଲା ।