ରାଉରକେଲାରେ ଆଜି ଖୋଲିବ ନୂତନ ପୋଷ୍ଟ ଡିଭିଜନ୍ ଅଫିସ

ରାଉରକେଲା(କେନ୍ୟୁଜ୍) : ରାଉରକେଲାରେ ଆଜି ଖୋଲିବ ନୂତନ ପୋଷ୍ଟ ଡିଭିଜନ୍ ଅଫିସ । ଏହି ସୂଚନା ଦେଇଛନ୍ତି ପୋଷ୍ଟମାଷ୍ଟର ଜେନେରାଲ୍ ଡକ୍ଟର ସନ୍ତୋଷ କୁମାର କାମିଲା। ପୂର୍ବରୁ ଏପ୍ରିଲ ମାସରେ ରାୟଗଡ଼ାରେ ନୂଆ ଡିଭିଜନ ଅଫିସ ଖୋଲିଥିଲାା ଏବେ ରାଜ୍ୟରେ ପୋଷ୍ଟ ଅଫିସ ଡିଭିଜନ ସଂଖ୍ୟା ୨୦ରେ ପହଞ୍ଚିଛି। ଓଡ଼ିଶାରେ ୬ହଜାର ୮୫୯ଟି ପୋଷ୍ଟ ଅଫିସ ମଧ୍ୟରୁ ୩୩ଟି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ କାମ କରୁଛିା ସେହିପରି ରାଜ୍ୟରେ ୧୩ ହଜାର ୬୧ ଲକ୍ଷ ସେଭିଂ ଆକାଉଣ୍ଟ ଖୋଲାଯାଇଛିା ପୋଷ୍ଟାଲ୍ ଲାଇଫ୍ ଇନସ୍ୟୁରାନ୍ସ ୨୨୦ କୋଟି ଟଙ୍କା କରାଯାଇଛି। ୧୬୦ କୋଟି ଟଙ୍କା ରୁରାଲ୍ ଲାଇଫ ଇନସ୍ୟୁରାନ୍ସ ହୋଇଥିବାବେଳେ ୨୦ଟି ପାସପୋର୍ଟ ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରାଜସ୍ୱ ସଂଗ୍ରହ ଓ ସ୍ପିଡ ପୋଷ୍ଟ କ୍ଷେତ୍ରରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ୪୭୩ଟି ପୋଷ୍ଟ ଅଫିସରେ ଆଧାର ଅପଡେଟ କରାଯାଉଛି । ୧୯ଟି ପୋଷ୍ଟ ଅଫିସରେ ରେଳ ଟିକେଟ୍ ରିଜର୍ଭ ସୁବିଧା ଉପଲବ୍ଧ ହେଉଛି।