ଭୁବନେଶ୍ବର(କେନ୍ଯୁଜ୍) : ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ନେଇ ଆଜି ଅନୁଷ୍ଠିତ ହେବ Odisha Secondary School Teacher Eligibility Test ବା OSSTET । ଏଥିପାଇଁ ୩୦ଟି ଜିଲ୍ଲାରେ ୧୭୯ଟି ପରୀକ୍ଷାକେନ୍ଦ୍ର କରାଯାଇଛି । ପରୀକ୍ଷା ଦେବେ ୪୮ ହଜାର ୪୫୬ ପରୀକ୍ଷାର୍ଥୀ । ଏହି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆରା ବେଗମ୍ । ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଏହା ବାଧ୍ୟତାମୂଳକ । ରାଜ୍ୟରେ ଦ୍ୱିତୀୟ ଥର ଏହି ପରୀକ୍ଷା ହେଉଛି । ଗତ ୨୦୧୬ରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିଲା OSSTET ପରୀକ୍ଷା ।