ଆଜି ପୌଷ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଓ ସୁନାବେଶ

ପୁରୀ: ଆଜି ପୌଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହେଉଛି । ଏହି ଅବସରରେ ମହାପ୍ରଭୁ ରାଜାଧିରାଜ ବା ସୁନାବେଶରେ ଦର୍ଶନ ଦେବେ । ରତ୍ନ ସିଂହାସନରେ ବର୍ଷକୁ ୪ଥର ହେଉଥିବା ସୁନାବେଶ ମଧ୍ୟରୁ ଆଜି ଅନ୍ୟତମ । ସକାଳ ଧୂପ ପରେ ରତ୍ନଖଚିତ ଅଳଙ୍କାରରେ ମହାପ୍ରଭୁ ଦର୍ଶନ ଦେବେ । ଏନେଇ ଆଜି ଭୋର ୩ଟା ୫ମିନିଟରେ ଶ୍ରୀମନ୍ଦିର ଦ୍ୱାର ଫଇଟିବା ପରେ ୩ଟା ୫୦ରେ ମଙ୍ଗଳ ଆଳତୀ ଓ ୫ଟାରେ ଅବକାଶ ନୀତି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.