ଆଜି କୋଟିଏ ଛୁଇଁବ କରୋନା ଟିକାକରଣ, ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର (କେନ୍ୟୁଜ) : ଆଜି ରାଜ୍ୟରେ ୧ କୋଟି ଛୁଇଁବ ଡବଲ ଡୋଜ୍‌ ଟିକାକରଣ। ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି। ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ପ୍ରଥମ ଡୋଜ୍‌ ନେଇଛନ୍ତି। ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି। ଉଭୟ ଡୋଜ୍‌ ୯୯ ଲକ୍ଷ ୨୨ ହଜାର ୮୪୫ଜଣ ନେଇଛନ୍ତି । ପ୍ରାୟ ୩୨ ପ୍ରତିଶତ ଉଭୟ ଡୋଜ୍‌ ନେଇଛନ୍ତି। ବର୍ତ୍ତମାନ ୨୫ ଲକ୍ଷ ୬୨ ହଜାର ୯୧୦ ଡୋଜ୍‌ ଟିକା ଉପଲବ୍ଧ ଅଛି।

ଏଥି ସହିତ ଦ୍ୱିତୀୟ ଡୋଜ୍‌ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି। ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଦେବା ଲକ୍ଷ ରହିଛି। ବ୍ରହ୍ମପୁର ଓ ଭୁବନେଶ୍ୱର ମ୍ୟୁନିସିପାଲଟି ସହ ରିଆମାଳ, ଟିକାବାଲି , ରାଇକିଆ , ଜି.ଉଦୟଗିରି , ବେଲଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ୍‌ ଶତ ପ୍ରତିଶତ ଟିକାକରଣ ହୋଇଛି। ୩୫୪୦ ଗାଁରେ ବି ଶତ ପ୍ରତିଶତ ପ୍ରଥମ ଡୋଜ୍‌ ଟିକାକରଣ ହୋଇଛି।

ଯେଉଁମାନେ ଦ୍ୱିତୀୟ ଡୋଜ୍‌ ଟିକା ନେଇନାହାନ୍ତି। ସେମାନଙ୍କ ପାଖରୁ ବାରମ୍ବାର ମେସେଜ୍‌ ଯାଉଛି। ଫୋନ୍‌ ମଧ୍ୟ କରାଯାଉଛି। ଆଶା ଓ ଅଙ୍ଗନୱାଡ଼ି କର୍ମଚାରୀ ଫେସିଲିଟେଡ୍‌ କରାଯାଉଛି। ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସି ବାକି ସଂପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟିକା ନେବାକୁ ଫେସିଲିଟେଡ୍‌ କରାଯାଉଛି। ଆର୍‌ଏମ୍‌ଆର୍‌ସି ଷ୍ଟଡ଼ି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବଡ଼ି ଅଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.