ଆଜି ଋକ୍ମଣୀ ହରଣ ଏକାଦଶୀ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସବ

ପୁରୀ(କେନ୍ଯୁଜ୍): ଆଜି ଋକ୍ମଣୀ ହରଣ ଏକାଦଶୀ। ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସବ। ସେଥିପାଇଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ରହିଛି। ମାଆ ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ଋକ୍ଣଣୀ। ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ। ସକାଳଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ହେବ।

ପରେ ମଦନମୋହନ ରତ୍ନସିଂହାସନକୁ ବିଜେ ହେବେ। ଭୋଗମଣ୍ଡପ ଶେଷ ପରେ ମଦନମୋହନ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଜୟବିଜୟ ଦ୍ୱାରକୁ ବିଜେ କରିବେ। ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍ ଶ୍ରୀ ଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ ଋକ୍ଣଣୀଙ୍କୁ ଦେବେ। ପରେ ମହାଜନ ସେବକ ଋକ୍ମଣୀଙ୍କୁ ସାତପାହାଚରେ ଥିବା ପାଲିଙ୍କିରେ ବିଜେ କରାଇବେ। ସନ୍ଧ୍ୟାଧୂପ ନୀତି ସରିବା ପରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ।

Leave A Reply

Your email address will not be published.